Odisha Link
Bridging the Missing Links in Odisha

ଡମ୍ପର ଧକ୍କାରେ ପରିବାରର ୩ ସଦସ୍ୟ ମୃତ

ବୌଦ୍ଧ : ସଡ଼କ ଦୁର୍ଘଟଣାରେ ପରିବାରର ୩ ସଦସ୍ୟ ମୃତ। ଏହି ଅଭାବନୀୟ ଘଟଣାଟି ମନମୁଣ୍ଡା- କଣ୍ଟାମାଳ ରାସ୍ତା ଗୋପାଳମାଳ ଛକରେ ଦୁର୍ଘଟଣାର ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସହିତ ତାଙ୍କ ପୁଅ ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ଅଟୋର ପଛପଟକୁ ଏକ ଡମ୍ପର ଧକ୍କା ଦେଇଥିଲା।ଫଳରେ ଅଟୋରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି। ତାପରେ ପିଚୁ ବୋଝେଇ ଡମ୍ପରଟି ମଧ୍ୟ ଓଲଟି ପଡ଼ିଥିଲା। ତେବେ ଡମ୍ପର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

Comments are closed.