Odisha Link
Bridging the Missing Links in Odisha

୪ଲକ୍ଷ ୫୦ହଜାର ଟଙ୍କାର ବ୍ରାଉସୁଗାର ଜବତ

ବ୍ରହ୍ମପୁର: ବ୍ରହ୍ମପୁରରୁ ପୁଣି ବ୍ରାଉସୁଗାର ଜବତ। ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ଦ୍ୱାରା ୪୫ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏହାର ମୂଲ୍ୟ ପ୍ରାୟ ୪ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରି ପୁଲିସ ।

ଖବର ଅନୁଯାୟୀ, ଜଣେ ଯୁବକ ପୁରୀରୁ ଗତକାଲି ବ୍ରାଉନ୍‌ସୁଗାର ଆଣିଥିଲେ । ଆଜି ଗ୍ରାହକକୁ ବିକ୍ରି କରିବାକୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ପଡିଆରେ ଅପେକ୍ଷା କରିଥିଲେ।

ଠିକ୍‌ ଏହି ସମୟରେ ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ଆସି ଯୁବକଙ୍କୁ କାବୁ କରିଥିଲେ। ସେହିପରି ଗିରଫ ହୋଇଥିବା ଯୁବକ ଖଲ୍ଲିକୋଟ ବାଦପଲ୍ଲୀ ଗାଁର ମଦନମୋହନ ଶବର ବୋଲି ଜଣାପଡିଛି । ଯୁବକ ଜଣଙ୍କ ଆଙ୍କୁଲି ନଗର ଅଞ୍ଚଳରେ ରହୁଥିବାର ମଧ୍ୟ ସୂଚନା ରହିଛି ।

Comments are closed.