ଅନୁଭବ-ବର୍ଷା ବିବାଦ: ମଧ୍ୟସ୍ଥତାକୁ ଆସିଲେନି ଅନୁଭବ

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି। ବହୁ ଚେଷ୍ଟା ସତ୍ତ୍ବେ ମଧ୍ୟ ଏ ପର୍ଯ୍ୟନ୍ତ ବିବାଦର କୌଣସି ସମାଧାନ ହୋଇପାରି ନାହିଁ। ଅନ୍ୟପଟେ ଆଜି ଏସଡିଜେଏମ କୋଟଙ୍କ ମଧ୍ୟସ୍ଥତା କେନ୍ଦ୍ରକୁ ଅନୁଭବ ମହାନ୍ତି ଆସିନଥିବା ଜଣାପଡିଛି।
ଏସଡିଜେଏମ କୋର୍ଟ ଅନୁଭବ ଓ ପତ୍ନୀ ବର୍ଷାଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ କହିଥିଲେ। ମଧ୍ୟସ୍ଥତା ପାଇଁ ଆଜି ଦିନ ଧାର୍ଯ୍ୟ କରିଥିଲେ କୋର୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟସ୍ଥତା ଚାଲିଥିବାରୁ ସମୟ ମାଗିଛନ୍ତି ଅନୁଭବ। ଆବଶ୍ୟକ ପଡିଲେ ପରବର୍ତ୍ତୀ ସମୟରେ ଆସିବେ ବୋଲି ଅନୁଭବ କହିଛନ୍ତି। ଆସନ୍ତା ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।