Odisha Link
Bridging the Missing Links in Odisha

ବିଧାନସଭାରେ ଅନଲାଇନରେ ହେବ ପ୍ରଶ୍ନୋତ୍ତର

ଭୁବନେଶ୍ବର: ବିଧାନସଭାରେ ଅନଲାଇନରେ ହେବ ପ୍ରଶ୍ନୋତ୍ତର।ପ୍ରଥମଥର ପାଇଁ ବିଧାନସଭାରେ ଅନଲାଇନରେ ଚାଲିବ ପ୍ରଶ୍ନକାଳ। ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନୋତ୍ତର କାଳକୁ ପେପରଲେସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ବିଧାନସଭାରେ ଅନଲାଇନରେ ପ୍ରଶ୍ନୋତ୍ତର ନେଇ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ବଜେଟ ଅଧିବେଶନରେ ସମସ୍ତ ବିଧାୟକ ଅନଲାଇନରେ ପ୍ରଶ୍ନ ପଚାରିବେ। ବିଧାୟକଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଅନଲାଇନ ମାଧ୍ୟମରେ ଦେବେ। ବିଧାୟକଙ୍କ ମୋବାଇଲକୁ ସିଧା ଉତ୍ତର ପଠାଇ ଦିଆଯିବ। ନାଭା ଆପ୍ ଜରିଆରେ ବିଧାନସଭାରେ ଅନଲାଇନରେ ପ୍ରଶ୍ନୋତ୍ତର ହେବ। ଫେବ୍ରୁଆରୀ ମଧ୍ୟଭାଗରେ ବଜେଟ୍ ଅଧିବେଶନ ହେବ।

Comments are closed.