Odisha Link
Bridging the Missing Links in Odisha

ବିଶ୍ବର ଲୋକ ପ୍ରିୟ ଅଭିନେତ୍ରୀଙ୍କ ଶୀର୍ଷରେ ଦୀପିକା

ମୁମ୍ବାଇ : ବିଶ୍ବର ଲୋକ ପ୍ରିୟ ଅଭିନେତ୍ରୀର ଶୀର୍ଷ ସ୍ଥାନ ପ୍ରାପ୍ତ କରିଛନ୍ତି ଦୀପିକା ପାଦୁକୋନ୍। ସେ ୨୦୨୦ର ସବୁଠୁ ଲୋକପ୍ରିୟ ମହିଳା ତାରକା ସୂଚୀରେ ପୁଣିଥରେ ଟପ୍ କରିଛନ୍ତି। ଦୀପିକା ତାଙ୍କର ନିଖୁଣ ଅଭିନୟରେ ସମସ୍ତଙ୍କ ମନକୁ କିଣି ନେଇଛନ୍ତି।

ସେ ଅନେକ ସିନେମାରେ ଚମତ୍କାର ଅଭିନୟ ପ୍ରଦର୍ଶନ କରିଛନ୍ତି। ଯାହା ପାଇଁ ତାଙ୍କୁ ବଲିଉଡ୍ ରେ ‘ଦି ରେଇନିଙ୍ଗ୍ କୁଇନ୍’ ବୋଲି କୁହାଯାଏ । ଗତ ୧୩ ବର୍ଷ ମଧ୍ୟରେ ଦୀପିକା ଦର୍ଶକଙ୍କ ସହ ଯେଉଁଭଳି ଭାବରେ ନିଜର ସଂପର୍କ ଗଢ଼ିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ।

ଏକ ବିଶ୍ଵସ୍ତରୀୟ ତାରକା ଭାବରେ ପରିଚୟ ସୃଷ୍ଟି କରିବା ସହ, ସେ ଦେଶରେ ମଧ୍ୟ ଘରେ ଘରେ ପରିଚିତ । ଚଳିତ ବର୍ଷ ଦୀପିକାଙ୍କୁ ଏକା ସମୟରେ ଦୁଇଟି ଅଲଗା ସିନେମାର ସୁଟିଂ ସେଟ୍ ରେ ଦେଖିବାକୁ ମିଳିବ ।

Comments are closed.