Odisha Link
Bridging the Missing Links in Odisha

ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ

କଟକ: ଆସନ୍ତାକାଲି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। କଟକ ଓଡ଼ିଆ ବଜାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ବାସଭବନରେ ପହଞ୍ଚି, ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ନେତାଜୀଙ୍କ ନାମରେ ଖାନନଗରରେ ହେବାକୁ ଯାଉଥିବା ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ, ସିଏମ୍‌ସି, ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ପୋଲିସ ପକ୍ଷରୁ କରାଯାଇଛି ମକଡ୍ରିଲ।ସେପଟେ ପ୍ରତିବର୍ଷ ସୁବାଷ ବୋଷଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ କେନ୍ଦ୍ରସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରତିବର୍ଷ ୨୩ ଜାନୁୟାରୀକୁ ସୁବାଷ ବୋଷଙ୍କ ଜୟନ୍ତୀ ଦିବସ ଭାବେ ପାଳନ କରାଯାଏ।

ଚଳିତବର୍ଷ ନେତାଜୀଙ୍କ ୧୨୫ ତମ ଜୟନ୍ତୀରେ ଦେଶବାସୀ ‘ପରାକ୍ରମ ଦିବସ’ ଭାବେ ପାଳନ କରିବେ। ଦେଶର କୋଣ ଅନୁକୋଣରେ ନେତାଜୀଙ୍କ ଜୟନ୍ତୀ ପାଳନ କରାଯିବ । ଖାସ କରି ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

Comments are closed.