ଫଟୋ ଉଠାଇ ନିସ୍ତୁକ ମାଡ଼ ଖାଇଲେ ଯୁବକ

ଉଦଳା : ଜଣେ ଯୁବକଙ୍କୁ ଫଟୋ ଉଠେଇବା ମହଙ୍ଗା ପଡ଼ିଲା। ବଜାର ମଝିରେ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣାଟି ଉଦଳା ମାର୍କେଟ ମଝିରେ ଘଟିଛି। ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ସୂଚନା ମୁତାବକ ଜଣେ ମହିଳା ଗତକାଲି ଉଦଳା ମେନ୍ ମାର୍କେଟରେ ଥିବା ଏକ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲେ। ସେଠାରେ ଉକ୍ତ ଦୋକାନୀ ନିଜ ମୋବାଇଲାରେ ମହିଳାଙ୍କ ଅଜାଣତରେ ତାଙ୍କ ପଟୋ ଉଠାଇଥିଲେ।
ଏହି ସମୟରେ ସ୍ଥାନୀୟ କିଛି ଲୋକେ ଏହାକୁ ଦେଖି ବରୋଧ କରିଥିଲେ। ପରେ ମହିଳା ଜଣକ ମଧ୍ୟ ଏହି ଘଟଣା ବିଷୟରେ ଜାଣି ପାରିଥିଲେ। ଏହାପରେ ଉକ୍ତ ଦୋକାନୀଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରିବା ସହ ପୁଲିସ ଜିମା ଦେଇଥିଲେ ।