Odisha Link
Bridging the Missing Links in Odisha

ମେସିନରେ ଚାପି ହୋଇ କର୍ମଚାରୀ ମୃତ

ଢେଙ୍କାନାଳ: ମେସିନରେ ଚାପି ହୋଇ କର୍ମଚାରୀ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ନିକଟରେ ଥିବା କଳିଙ୍ଗ ଝୋଟ କାରଖାନାରେ। କାରଖାନାରେ କାମ କରୁଥିବା ସମୟରେ ମେସିନରେ ଚାପି ହୋଇ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କର ନାଁ ପ୍ରଶାନ୍ତ ରାଉତ ବେଲି ଜଣାପଡିଛି।

ସୂଚନା ମୁତାବକ, କଳିଙ୍ଗ ଝୋଟ କାରଖାନାରେ ପ୍ରଶାନ୍ତ ପ୍ରତିଦିନ ଭଳି ଆଜି ମଧ୍ୟ କାମ କରୁଥିଲେ। କାମ କରୁଥିବା ସମୟରେ ହଠାତ୍ ପ୍ରଶାନ୍ତ ପିନ୍ଧିଥିବା ଶାର୍ଟଟି ମେସିନରେ ଲାଗି ଯାଇଥିଲା। ମେସିନ୍ ସାର୍ଟ ସହିତ ପ୍ରଶାନ୍ତଙ୍କୁ ଟାଣି ନେଇଥିଲା। ଫଳରେ ସେ ମେସିନରେ ଚାପି ହୋଇଯାଇଥିଲେ। ଏହି ଘଟଣା ଦେଖି କିଛି କର୍ମଚାରୀ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Comments are closed.