Odisha Link
Bridging the Missing Links in Odisha

ପୁଣି ନବୀନ ନମ୍ବର ୱାନ୍ ଲୋକପ୍ରିୟ‌ ମୁଖ୍ୟମନ୍ତ୍ରୀ: ସର୍ଭେ

ଭୁବନେଶ୍ୱର: ପୁଣି ନମ୍ବର ଓ୍ୱାନ୍‌ ମୁଖ୍ୟମନ୍ତ୍ରୀ ସାର୍ଟିଫିକେଟ୍‌ ପାଇଛନ୍ତି‌ ନବୀନ ପଟ୍ଟନାୟକ। ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଭାବରେ ୫୧ ପ୍ରତିଶତ ପଜିଟିଭ ରେଟିଂ ସହ ନବୀନ ହୋଇଛନ୍ତି ଏକ ନମ୍ବର। ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେଶନ ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ସଫଳତା କେବଳ ତାଙ୍କର ସ୍ୱଚ୍ଛମନୋଭାବ ଏବଂ ଉତ୍ତମ କାର୍ଯ୍ୟ ପାଇଁ ହିଁ ଲାଭ ହୋଇଛି। ତାଙ୍କ ସଫଳତା ହେଉଛି ରାଜ୍ୟର ସଫଳତା। ଏହି ତାଲିକାରେ ଅରବିନ୍ଦ କେଜ୍ରିୱାଲ ୪୧ ପ୍ରତିଶତରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଯୋଗୀ ଆଦିତ୍ୟନାଥ ୩୯ ପ୍ରତିଶତରେ ତୃତୀୟ, ମହାରାଷ୍ଟ୍ରରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୩୫ ପ୍ରତିଶତରେ ଚତୁର୍ଥ ଏବଂ ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓ ମଧ୍ୟ ୩୫ ପ୍ରତିଶତରେ ପଞ୍ଚମ ସ୍ଥାନରେ ରହିଛନ୍ତି।

Comments are closed.