Odisha Link
Bridging the Missing Links in Odisha

ବ୍ରହ୍ମପୁରରେ ନକଲି ସସ୍ କାରଖାନା ଠାବ

ବ୍ରହ୍ମପୁର: ରାଜ୍ୟରେ ବଢିବାରେ ଲାଗିଛି ନକଲି ସାମଗ୍ରୀ କାରବାର। କଟକ, ସମ୍ବଲପୁର, ରାଜଧାନୀ ପରେ ଏବେ ବ୍ରହ୍ମପୁରରେ ନକଲି କାରଖାନା ଠାବ ହୋଇଛି। ପୂର୍ବରୁ ବ୍ରହ୍ମପୁରରୁ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଥିବା ବେଳେ ଆଜି ନକଲି ସସ୍‌ କାରଖାନା ଠାବ ହୋଇଛି।

ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗଣପତି ନଗରରରେ ଏକ ନକଲି ସସ୍ କାରଖାନା ଉପରେ ପୁଲିସ ଚଢାଉ କରିଛି। ଅସଲି ବ୍ରାଣ୍ଡ୍‌ ବ୍ୟବହାର କରାଯାଇ ନକଲି ସାମଗ୍ରୀ ସେଠାରୁ ଜବତ କରାଯାଇଛି।

ନକଲି ଟମାଟୋ, ଚିଲି ଓ ସୋୟା ସସ୍ ତିଆରି ହେଉଥିବା ଖବର ପାଇଁ ବ୍ରହ୍ମପୁର ଏସଡିପିଓ ଓ ବଡ଼ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଚଢାଉ କରିଥିଲେ। ୨୨୦ କାର୍ଟୁନ ଅପମିଶ୍ରିତ ସସ୍ ଜବତ କରିଛି ପୁଲିସ। ଏହି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି।

Comments are closed.