Odisha Link
Bridging the Missing Links in Odisha

ପ୍ରଥମ ପର୍ଯ୍ୟାୟ ଟିକାକରଣ: ଶେଷ ଦିନରେ ୫୦୦ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା

ଭୁବନେଶ୍ୱର: ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟ ଟିକାକରଣ ପକ୍ରିୟା। ଶେଷ ଦିନରେ ୫୦୦ ସ୍ୱାସ୍ଥ୍ୟକର୍ମୀ ଟିକା ନେବେ ବୋଲି ସୂଚନା ମିଳିଛି। ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଭୁବନେଶ୍ୱରର ୪ଟି କେନ୍ଦ୍ରରେ ଟିକା ଦିଆଯିବ। କ୍ୟାପିଟାଲ ହସ୍ପିଟାଲ, ଏମସ, ସମ୍ ହସ୍ପିଟାଲ ଓ କେୟାର ହସ୍ପିଟାଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ।

ବିଏମସି କମିଶନର କହିଛନ୍ତି ଯେ, ଶନିବାର ସୁଦ୍ଧା ୮୫୦୦ଜଣଙ୍କୁ ଟିକା ଦିଆ ଯାଇଥିଲା। ସୋମବାର ୫୦୦ଜଣଙ୍କୁ ଟିକା ଦିଆଯିବ। ଏହାପରେ ଆସନ୍ତା ୨୭ଓ ୨୮ତାରିଖ ବେଳକୁ ଦ୍ୱିତୀୟ ପର୍ଯ୍ୟାୟ ଟିକା ଦିଆଯିବ। ଏହି ପର୍ଯ୍ୟାୟରେ ୧୬ରୁ ୧୭ହଜାର ସ୍ୱାସ୍ଥ୍ୟକର୍ମୀକୁ ଟିକା ଦିଆଯିବ। ସମସ୍ତଙ୍କୁ କୋଭାକ୍ସିନ ଦିଆଯିବ ବୋଲି ସେ କହିଛନ୍ତି।

Comments are closed.