Odisha Link
Bridging the Missing Links in Odisha

ଡାକଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ

ବାଲିପାଟଣା: ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ବାଲିପାଟଣା ଥାନା ବନମାଳିପୁର ଉପ- ଡାକଘରୁ ଲୁଟ୍ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତ ଡାକଘରେ କଳାକନା ବୁଲାଇ ପ୍ରାୟ ୨ଲକ୍ଷ ୪୩ହଜାର ଟଙ୍କା ଲୁଟି ନେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି।

ସୂଚନା ଅନୁସାରେ, ଆଜି ସକାଳେ ଡାକଘର ଖୋଲିବା ପରେ ଝରକା ଭଙ୍ଗା ଯାଇଥିବା ଦେଖିବାକୁ ମିଲିଥିଲା। ଡାକଘର ଆଇରନ୍‌ ବାକ୍ସ ଭଙ୍ଗା ଯାଇ ସେଥିରେ ଥିବା ୨ଲକ୍ଷ ୨୩ହଜାର ଟଙ୍କା ଲୁଟିବା ସହ ଏଜେଣ୍ଟଙ୍କର ୨୦ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏନେଇ ଡାକ କର୍ମଚାରୀଙ୍କ ପକ୍ଷରୁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Comments are closed.