Odisha Link
Bridging the Missing Links in Odisha

ସ୍କୁଲରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ ଉଦ୍ୟମ, ୩ ଦୁର୍ବୃତ୍ତ ଗିରଫ

ଜି.ଉଦୟଗିରି: ଜି.ଉଦୟଗିରିସ୍ଥିତ ପଦାସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଅପହରଣ କରିବା ଉଦ୍ୟମ। ଏହି ଘଟଣା ଗାଁଟି ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।  ପ୍ରକାଶ ଅନୁଯାୟୀ, କୌଣସି କାରଣରୁ ୫ ଜଣ ଯୁବକ ଶିକ୍ଷୟିତ୍ରୀଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ। ଦୁର୍ବୃତ୍ତମାନେ ସ୍କୁଲରେ ଥିବା ଅନ୍ୟ ଶିକ୍ଷକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ।ସେମାନେ ୨ଟି କାର ଯୋଗେ ସ୍କୁଲକୁ ଆସିଥିଲେ। ଏହି ଘଟଣା ସଂପର୍କରେ ପୁଲିସକୁ ଖବର ଦେବା ପରେ ଦୁର୍ବୃତ୍ତମାନେ ଖସିଯିବାକୁ ଚେଷ୍ଟା କରିଥିଲେ।

ପୁଲିସ ପିଛା କରି ୩ ଦୁର୍ବୃତ୍ତଙ୍କୁ କାବୁ କରିଥିବା ବେଳେ ୨ ଜଣ ଖସି ଯିବାର ସଫଳ ହୋଇଛନ୍ତି। ପୁଲିସର ସୂଚନା ମୁତାବକ, ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ସରକାରୀ ଚାକିରିଆ। ଏ ସମସ୍ତଙ୍କ ଘର ଫୁଲବାଣୀ ଏବଂ ଭୁବନେଶ୍ବର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କେଉଁ କାରଣରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Comments are closed.