ଭିଜିଲାନ୍ସ ଜାଲରେ ପିଇଓ

ବରଗଡ଼: ଭିଜିଲାନ୍ସ ଜାଲରେ ପିଇଓ। ବରଗଡ଼ ଭଟଲି ବ୍ଲକ କେସେଇପାଲିର ପିଇଓ ଉମେଶ ସେଠଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି। ଉଭୟ ଗ୍ରାମପଞ୍ଚାୟତ ଅଫିସ ସହ ୪ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। କେଲେଣ୍ଡାପାଲି ପଞ୍ଚାୟତ ଦାୟିତ୍ୱରେ ମଧ୍ୟ ଅଛନ୍ତି ଉମେଶ ସେଠ।
ସୂଚନା ମୁତାବକ, ପୂର୍ବରୁ ଉମେଶ ସେଠଙ୍କ ନାଁରେ ଅଭିଯୋଗ ଥିଲା। ଏବଂ ସେହି ଅଭିଯୋଗକୁ ଆଧାର କରି ସ୍ପେସାଲ ଜଜ୍ ଭିଜିଲାନ୍ସ କୋର୍ଟ ତରଫରୁ ହିଁ ସର୍ଚ୍ଚ ୱାରେଣ୍ଟ ଆସିଥିଲା। ସମ୍ବଲପୁର ଭିଜିଲାନ୍ସ ବିଭାଗ, ବଲାଙ୍ଗୀର ଓ ବରଗଡ଼ ଭିଜିଲାନ୍ସ ବିଭାଗ ତରଫରୁ ମିଳିତ ଚଢାଉ କରାଯାଇଛି। ଏନେଇ ୪ଟିମ ଗଠନ କରାଯାଇ ମିଳିତ ଭାବେ ୪ଟି ସ୍ଥାନରେ ଚଢାଉ ଜାରି ରହିଛି। କେତେ ଆୟବହିର୍ଭୁତ ସମ୍ପତ୍ତି ରହିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।