Odisha Link
Bridging the Missing Links in Odisha

ଆଜି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ଅପରାହ୍ନରେ ବିଜେଡି ସଂସଦୀୟ ଦଳ ବୈଠକ ବସୁଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ୫ଟାରେ ବୈଠକ ବସିବ। ବଜେଟ୍ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳର ଆଭିମୁଖ୍ୟ କଣ ରହିବ, ସେନେଇ ବୈଠକରେ ଆଲୋଚନା ହେବ।

ଦେଶରେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରେ ବସିଛନ୍ତି ଚାଷୀ। ତେଣୁ କେନ୍ଦ୍ର ସରକାରଙ୍କୁ ଏକାଧିକ ପ୍ରସଙ୍ଗରେ ଘେରିପାରନ୍ତି ବିରୋଧୀ। କୃଷି ଆଇନ ସଂପର୍କିତ ଆଲୋଚନା ବେଳେ ବିଜେଡି ଆଭିମୁଖ୍ୟ କଣ ରହିବ, ସେନେଇ ଆଜିର ବୈଠକରେ ଆଲୋଚନା ହୋଇପାରେ।

ସେହିପରି ଓଡିଶାରେ ରେଳ ବଜେଟ୍‌ରେ ପର୍ଯ୍ୟାପ୍ତ ଅନୁଦାନ, ସ୍ୱତନ୍ତ୍ର ଆର୍ଥିକ ସହାୟତା, ଧାନ କ୍ରୟ ନେଇ କେନ୍ଦ୍ରୀୟ ବକେୟା ଅନୁଦାନ ପ୍ରଦାନ, ଧାନର ଏମ୍‌ଏସ୍‌ପି ବୃଦ୍ଧି ଦାବିକୁ ଅଗ୍ରାଧିକାର ମିଳବ ବୋଲି ଆଶା କରାଯାଉଛି। ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦାବିକୁ ବିଜେଡି ପୁଣି ଉଠାଇପାରେ।

ସୂଚନୋଯୋଗ୍ୟ, ଆସନ୍ତା ଜାନୁଆରୀ ୨୯ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବ୍ରୁଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ।

Comments are closed.