Odisha Link
Bridging the Missing Links in Odisha

ଲଦାଖରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ପାଇଁ ଚୀନ୍କୁ ଭାରତର ପ୍ରସ୍ତାବ

ନୂଆଦିଲ୍ଲୀ: ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ପାଇଁ ଚୀନ୍କୁ ଭାରତର ପ୍ରସ୍ତାବ। ପୂର୍ବ ଲଦାଖରେ ଥିବା ସମସ୍ତ ବିବାଦସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ପାଇଁ ଗତକାଲି ଅନୁଷ୍ଠିତ ନବମ ପର୍ଯ୍ୟାୟ ଆଲୋଚନାରେ ଚୀନ୍କୁ ଭାରତ ପ୍ରସ୍ତାବ ଦେଇଛି। ଦୀର୍ଘ ୧୫ ଘଣ୍ଟା ଧରି ଆଲୋଚନା ଚାଲିଥିଲା ରବିବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇ ରାତି ୨.୩୦ରେ ଶେଷ ହୋଇଥିଲା।

ବାସ୍ତବ ନିୟନ୍ତ୍ରଣ ରେଖାର ଚୀନ୍‌ ପଟରେ ଅବସ୍ଥିତ ମୋଲ୍‌ଦୋରେ ଭାରତୀୟ ସେନା ଏବଂ ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ମଧ୍ୟରେ ଅନୁଷ୍ଠିତ କର୍ପସ୍‌ କମାଣ୍ଡର୍‌ସ୍ତରୀୟ ଆଲୋଚନା ହୋଇଥିଲା। କିନ୍ତୁ ପରିସ୍ଥିତି ଅଗଷ୍ଟ-ସେପ୍ଟେମ୍ବର ମାସରେ ଯାହା ଥିଲା, ଏବେ ମଧ୍ୟ ସେହିପରି ରହିଛି। କୂଟନୈତିକସ୍ତରୀୟ ଆଲୋଚନା ଆବଶ୍ୟକ ବୋଲି ଅଧିକାରୀମାନେ କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୬ ତାରିଖରେ ଭାରତ ଓ ଚୀନ୍‌ର ବରିଷ୍ଠ କମାଣ୍ଡର୍‌ମାନଙ୍କ ମଧ୍ୟରେ ଅନୁଷ୍ଠିତ ଅଷ୍ଟମ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନା ମଧ୍ୟ ଅମୀମାଂସିତ ରହିଥିଲା।

Comments are closed.