Odisha Link
Bridging the Missing Links in Odisha

ବଢ଼ିଲା ତୈଳ ଦର, ଓଡ଼ିଶାରେ ଟିପିଲା ୯୦

ଭୁବନେଶ୍ବର: ଲଗାତାର କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ଆଜି ମାଲକାନାଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ ଟଙ୍କା ୪୨ ପଇସା ଛୁଇଁଛି। ସେହିପରି ଡ଼ିଜେଲ ଦର ୮୭ ଟଙ୍କା ୫୬ ପଇସା ରହିଛି। ରାଜଧାନୀ ଭୁବନେଶ୍ବରରେ ୮୬ ଟଙ୍କା ୩୬ ପଇସା ରହିଥିବା ବେଳେ ଡିଜେଲ୍‌ ଦର ୮୨ ଟଙ୍କା ୬୬ ପଇସା ହୋଇଛି। ସେହିପରି ରାଉରକେଲାରେ ପେଟ୍ରୋଲ ଲିଟର ପ୍ରତି ୮୭ ଟଙ୍କା ୩୮ ପଇସା ହୋଇଥିବା ବେଳେ ଡିଜେଲ ପହଞ୍ଚିଛି ୮୩ ଟଙ୍କା ୬୫ ପଇସା।

ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଆଜି ୮୫ ଟଙ୍କା ୭୦ ପଇସା ଥିବାବେଳେ ମୁମ୍ବାଇରେ ୯୨ ଟଙ୍କା ୨୮ ପଇସା, କୋଲକାତାରେ ୮୭ ଟଙ୍କା ୧୧ ପଇସା ଓ ଚେନ୍ନାଇରେ ୮୮ ଟଙ୍କା ୨୯ ପଇସା ରହିଛି। ସେହିପରି, ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୭୫ ଟଙ୍କା ୮୮ ପଇସା ଥିବାବେଳେ ମୁମ୍ବାଇରେ ୮୨ ଟଙ୍କା ୬୬ ପଇସା, କୋଲକାତାରେ ୭୯ ଟଙ୍କା ୪୮ ପଇସା ଓ ଚେନ୍ନାଇରେ ୮୧ ଟଙ୍କା ୧୪ ପଇସା ରହିଛି। ଗତ ସପ୍ତାହରେ ଏଇ ୪ ମେଟ୍ରୋ ସହରରେ ୪ ଥର ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ହୋଇଥିଲା।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କରୋନା ସମୟରେ କଞ୍ଚା ତୈଳର ଚାହିଦା କମିଥିବାରୁ ଉତ୍ପାଦନ କମିଛି, ତେଣୁ ଦର ବଢୁଛି। ଶନିବାର ଇରାକ୍ ପୁଣି ଉତ୍ପାଦନ କମାଇଛି। ତେଲ ଉତ୍ପାଦନକାରୀ ଦେଶମାନେ କାରଟେଲ କରି ମୂଲ୍ୟ ବଢାଇବା ପାଇଁ ତେଲ ଉତ୍ପାଦନ କମାଇଛନ୍ତି। ଓପେକ ସଠିକ ଭାବେ ନେତୃତ୍ୱ ନେବ ଏବଂ ତେଲ ଦର କମିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ। ତେଣୁ ଅର୍ଥନୀତିକୁ ପୁଣି ତ୍ୱରାନ୍ୱିତ କରିବାକୁ ପଡିବ। ତୈଳ ଦର ନିଶ୍ଚିତ କମିବ। ଦର ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ନଜର ରଖିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Comments are closed.