Odisha Link
Bridging the Missing Links in Odisha

ଭୁବନେଶ୍ୱରରୁ ପୁଣେକୁ ବିମାନସେବା ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ଗତକାଲି ଏହି ବିମାନସେବାର ଶୁଭାରମ୍ଭ ହୋଇଛି। ପ୍ରତି ଶନିବାର ବ୍ୟତୀତ ଅନ୍ୟ ୬ଦିନ ମଧ୍ୟ ଏହି ବିମାନ ସେବା ଉପଲବ୍ଧ ହେବ।

ଏୟାର ଏସିଆ ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ନ ୧ଟା ୫୦ରୁ ଛାଡି ପୁଣେରେ ଅପରାହ୍ନ ୩ଟା ୫୫ରେ ପହଞ୍ଚିବ। ପୁଣେଠାରୁ ଅପରାହ୍ନ ୪ଟା ୩୫ରେ ଛାଡି ଭୁବନେଶ୍ୱରରେ ସନ୍ଧ୍ୟା ୬ଟା ୪୦ରେ ପହଞ୍ଚିବ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ୱର ବିମାନବନ୍ଦରରେ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ସହ ଅର୍ଥନୈତିକ ବିକାଶରେ ସହାୟକ ହେବ ମନ୍ତ୍ରୀ ବୋଲି କହିଛନ୍ତି।

Comments are closed.