ଭିଜିଲାନ୍ସ ଜାଲରେ ପୁରୀର ପୂର୍ବତନ ଆର୍ଆଇ

ପୁରୀ: ଭିଜିଲାନ୍ସ ଜାଲରେ ପୁରୀର ପୂର୍ବତନ ଆର୍ଆଇ ବସନ୍ତ ମହାନ୍ତି। ବେଆଇନ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ସାମ୍ନାକୁ ଆସିବା ପରେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ାଉ କରିଛି।
ତାଙ୍କର ଫ୍ରେଣ୍ଡସ କ୍ଲବରେ ୨ଟା ଘର, ପେଣ୍ଠକଟାରେ ଗୋଟିଏ ଘର, ବାଲିଘାଟରେ ସମ୍ପର୍କୀୟଙ୍କ ଘର, ପୁରୀରେ ଦୁଇଟି ସରକାରୀ କାର୍ଯ୍ୟାଳୟ ଏବଂ କେନ୍ଦ୍ରାପଡାର ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି।
ଜମି କିଣାବିକାରେ ସଂପୃକ୍ତି, ମୂଲ୍ୟବାନ ଜମିର ବେଆଇନ ଭାବେ କିଶମ ପରିବର୍ତ୍ତନ, ଜମି ଅଦଳବଦଳ ଆଦି ଅନେକ ବେଆଇନ କାର୍ଯ୍ୟ ନେଇ ତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଚଢ଼ାଉ କରିଛି।