Odisha Link
Bridging the Missing Links in Odisha

କଟକ ଚାଉଳିଆଗଞ୍ଜରେ ବନ୍ଦ ଡାକରା

କଟକ: ଆଜି ଚାଉଳିଆଗଞ୍ଜରେ ବନ୍ଦ ଡାକରା। ଚାଉଳିଆଗଞ୍ଜର ସମସ୍ତ ଦୋକାନ, ବଜାର ବନ୍ଦ ରହିଛି। ଏସସିବି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ରାସ୍ତାର ସମ୍ପ୍ରସାରଣ ହେଉଥିବାରୁ ମାଲଗୋଦାମ ଓ ଛତ୍ରବଜାରରେ ରହିଥିବା ବସ୍ତି ଉଚ୍ଛେଦ ହେବ।

ଓଏମପି ଛକରେ ରହିଥିବା ପୁଲିସ୍‌ କଲୋନୀକୁ ଖାଲି କରି ସେଠାରେ ଏହି ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ। ଚାଉଳିଆଗଞ୍ଚ ଅଞ୍ଚଳ ବାସିନ୍ଦା ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ବନ୍ଦ ପାଳନ କରୁଛନ୍ତି।

Comments are closed.