Odisha Link
Bridging the Missing Links in Odisha

ବାଣୀବିହାର ଗୋଷ୍ଠୀ ସଙ୍ଘର୍ଷ ମାମଲା, ୨ ଗିରଫ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ସମ୍ବଲପୁରର ଅଖିଳେଶ କୁମାର ଯାଦବ ଓ ପୁରୀ ସଦର ଥାନା ଅଞ୍ଚଳର ମନୋରଞ୍ଜନ ସ୍ୱାଇଁ । ଅଖିଲେଶ ସତ୍ୟବିହାରରେ ରହୁଥିଲେ ।

ସୂଚନା ଅନୁସାରେ, ଗତ ୧୮ ତାରିଖ ରାତି ସାଢ଼େ ୮ଟାରେ ବାଣୀବିହାର ପରିସରରେ ଥିବା ଗୋପବନ୍ଧୁ ଛାତ୍ରାବାସ ସାମ୍ନାରେ ୨ ଛାତ୍ରଗୋଷ୍ଠୀ ମାର୍‌ପିଟ୍‌ ହୋଇଥିଲେ । ଏଥିରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ।

ଗୋଟିଏ ଗୋଷ୍ଠୀର ଛାତ୍ରମାନେ ହଷ୍ଟେଲ ସମ୍ମୁଖରେ ଧାରଣାରେ ବସିଥିଲେ। ଶୁଭମ ସ୍ୱାଇଁଙ୍କ ଅଭିଯୋଗକୁ ଭିତ୍ତିକରି କେସ୍‌ ନଂ-୩୪ରେ ଅଖିଳେଶ ଯାଦବଙ୍କୁ ଗିରଫ କରିଥିବା ବେଳେ ଭାବରଞ୍ଜନ ବେହେରାଙ୍କ ଅଭିଯୋଗ ଆଧାରରେ ମନୋରଞ୍ଜନ ସ୍ୱାଇଁଙ୍କୁ ଗିରଫ କରାଯାଇଛି । ଗୁରୁବାର ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Comments are closed.