Odisha Link
Bridging the Missing Links in Odisha

ଓଲଟିଲା ବସ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ୩୫ ଜଣ ଯାତ୍ରୀ। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାଟି ବୌଦ୍ଧ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ମସିଣାପଡା ମେହେରୁଣୀ ନାଲ ନିକଟରେ ଘଟିଛି। ଡ଼ଲଫିନ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ପ୍ରକାଶ ଯେ, କଟକରୁ ରାୟପୁର ଅଭିମୁଖେ ବସଟି ଯିବା ବେଳେ ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଡାକ୍ତରଖାନାରେ ଆହତମାନଙ୍କ ଚିକିତ୍ସା କରାଯାଇଛି। ଘଟଣାସ୍ଥଳରେ ମନମୁଣ୍ଡା ପଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.