Odisha Link
Bridging the Missing Links in Odisha

ପରିବାର ଆଗରେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ

ପଟ୍ଟାମୁଣ୍ଡାଇ: ବାପା ମାଆଙ୍କ ଆଗରେ ଜୀବନ୍ତ ଜଳିଗଲା ୩ ବର୍ଷର ଝିଅ। ଏହି ଅଭାବନୀୟ ଘଟଣାଟି ରାଜନଗର ଓକିଲ ପାଳ ଗାଁ ଘଟିଛି। ବାପା- ମାଆଙ୍କ ସହିତ ୧୨ ବର୍ଷର ଝିଅ ମଧ୍ୟ ଗୁରୁତର।

ସେମାନଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଧାନ ବିଲ ଜଗିବାକୁ ପଲାରେ ଶୋଇଥିବା ବେଳେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ।

Comments are closed.