ବଜେଟ୍ ପୂର୍ବରୁ ହନୁମାନଙ୍କ ପୂଜାର୍ଚ୍ଚନା କଲେ ଅନୁରାଗ, ଭାଇରାଲ ହେଉଛି ଫଟୋ
ନୂଆଦିଲ୍ଲୀ: କରୋନା କାଳରେ ସଂସଦରେ ଉପସ୍ଥାପିତ ହେଉଛି ବଜେଟ ୨୦୨୧-୨୨। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ମନ୍ତ୍ରୀ ସଂସଦରେ ଉପସ୍ଥିତ ରହିଛନ୍ତି।
ତେବେ ବଜେଟ୍ ପୂର୍ରବୁ ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ପୂଜାର୍ଚ୍ଚନା କରିଥିଲେ। ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ଫଟୋକୁ ଏଏନ୍ଆଇ ପୋଷ୍ଟ କରିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।
Delhi: MoS Finance Anurag Thakur offers prayers at his residence, ahead of the presentation of the #UnionBudget 2021-22 in the Parliament today. pic.twitter.com/EtVFtzrNj7
— ANI (@ANI) February 1, 2021
ସେ ଟୁଇଟ କରି ଲେଖିଛନ୍ତି, ଚଳିତ ୨୦୨୧ର ବଜେଟ୍ ସବ୍କା ସାଥ, ସବକା ବିକାଶ, ସବକା ବିଶ୍ୱାସ ମୂଳ ମନ୍ତ୍ର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଭିଜନକୁ ସାକାର କରିବା ଦିଗରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ।
Comments are closed.