Odisha Link
Bridging the Missing Links in Odisha

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ଜୟପୁର: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ। ଶରୀର ସହ ଅଣ୍ଟା ବ୍ୟଥା ଓ ଦୁର୍ବଳ ଅନୁଭବ କରୁଛନ୍ତି। ଅଧିକ ଚଲାବୁଲା କରିପାରୁନଥିବାରୁ ଚିକିତ୍ସା ନହୋଇ ଘରେ ପଡିରହିଛନ୍ତି।

ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସେ କହିଛନ୍ତି ଯେ, କିଛି ଦିନ ହେଲା ତାଙ୍କୁ କିଛି ଭଲ ଲାଗୁନାହିଁ। କିଛି ଖାଇବାକୁ ଇଚ୍ଛା ହେଉନି। ଦେହ, ହାତଗୋଡ଼ ବ୍ୟଥା ହେଉଛି। ଅଧିକ ଥଣ୍ଡା ହେଉଥିବାରୁ ଅଣ୍ଟାବ୍ୟଥା ହେଉଛି। ପୂର୍ବରୁ ପଡ଼ିଯାଇଥିବାରୁ ଅଣ୍ଟାରେ ମାଡ଼ ହୋଇଥିଲା। ଏଥିପାଇଁ ଅଣ୍ଟା ବ୍ୟଥା ମଧ୍ୟ ହେଉଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବୟସ ବଢ଼ିଗଲାଣି, ଏଥିପାଇଁ ଦେହ ଅସୁସ୍ଥ ରହୁଛି। ଯଦି ପ୍ରଶାସନ ପକ୍ଷରୁ ଯିବାଆସିବା ପାଇଁ ବ୍ୟବସ୍ଥା କରାଯିବ ଡାକ୍ତରଙ୍କ ପାଖକୁ ଯିବେ ବୋଲି କମଳା କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ରେ କମଳାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ଏହାସହ ପାରମ୍ପରିକ ଧାନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ସେ ପାଇଛନ୍ତି। ରାଜ୍ୟ ସରକାର ମଧ୍ୟ କମଳାଙ୍କୁ ପୁରସ୍କୃତ କରିଛନ୍ତି। ଓୟୁଏଟିର ଏକ ଛାତ୍ରୀନିବାସ ତାଙ୍କ ନାଁରେ ନାମିତ କରାଯାଇଛି। ରାଜ୍ୟ ଯୋଜନା ବୋର୍ଡର ଜଣେ ସଦସ୍ୟା ଭାବେ ତାଙ୍କୁ ମଧ୍ୟ ମନୋନୀତ କରାଯାଇଛି।

Comments are closed.