Odisha Link
Bridging the Missing Links in Odisha

ବଜେଟ ୨୦୨୧-୨୨: UPDATE

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଆଜି ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ବଜେଟ ନିଶ୍ଚିତ ଭାବେ ସ୍ୱତନ୍ତ୍ର। କାରଣ ପ୍ରଥମ ଥର ପାଇଁ ବଜେଟ ଦସ୍ତାବିଜ ଛପାହୋଇନାହିଁ। ଏହା ସମ୍ପୂର୍ଣ୍ଣ ପେପର୍‌ଲେସ ଅର୍ଥାତ୍‌ ଇ-ବଜେଟ।

ଜାଣନ୍ତୁ ଏଯାବତ କ’ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ:
-କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦ
– ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ। ଗତ ବର୍ଷ ଅପେକ୍ଷା ୧୩୭% ଅଧିକ।
–  ପ୍ରାଥମିକ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ୬ ବର୍ଷରେ ୬୪୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ।
– ଜଳ ଜୀବନ ମିଶନ ପାଇଁ ୨.୮୭ ଲକ୍ଷ କୋଟି ଟଙ୍କାର ଘୋଷଣା
– ଜାତୀୟ ଭିତିଭୂମି ପାଇପଲାଇନରେ ୧ ଲକ୍ଷ କୋଟି ଟଙ୍କାର ୨୧୭ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି।
– ବିକାଶଶୀଳ ଆର୍ଥିକ ସଂସ୍ଥା ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ଏକ ବିଲ ସଂସଦରେ ଆଗତ କରାଯିବ।
– ୩ ବର୍ଷ ମଧ୍ୟରେ ୭ଟି ଟେକ୍ସଟାଇଲ ପାର୍କ ସ୍ଥାପନ କରାଯିବ।
– ରାସ୍ତା ଭିତିଭୂମିର ବିକାଶ ପାଇଁ ଅଧିକ ଅର୍ଥନୀତିକ କରିଡ଼ର ପ୍ରତିଷ୍ଠା କରାଯିବ।
– ନିର୍ବାଚନକୁ ଆଖି ଆଗରେ ରଖି ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମରେ ଜାତୀୟ ରାଜପଥ ପ୍ରକଳ୍ପ ସଂକ୍ରାନ୍ତରେ ଘୋଷଣା କରାଯାଇଛି।
– ୩ ବର୍ଷ ମଧ୍ୟରେ ୭ଟି ଟେକ୍ସଟାଇଲ ପାର୍କ ସ୍ଥାପନ କରାଯିବ।
– ପଶ୍ଚିମବଙ୍ଗ ପାଇଁ ୬୭୫ କିମି ଜାତୀୟ ରାଜପଥ ନିମନ୍ତେ ୨୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
– ରେଳବାଇ ପାଇଁ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି।
– ସରକାରୀ ବସ ପାଇଁ କେନ୍ଦ୍ର ସରକାର ଦେବେ ୧୮ ହଜାର କୋଟି ଟଙ୍କା।
– ବନ୍ଦରର ବିକାଶ ପାଇଁ ପିପିପି ମୋଡ଼ରେ ୭ଟି ପ୍ରକଳ୍ପ ପାଇଁ ୨ ହଜାର କୋଟିର ବ୍ୟୟବରାଦ।
– ୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ୍।
– ଲେହରେ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଘୋଷଣା।
– ବଜେଟ୍‌ରେ ବ୍ୟବସ୍ଥାଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ।
– ଜାପାନ ଓ ଇଉରୋପରୁ ଭାରତକୁ ଅଧିକ ଜାହାଜ ଆସିବା ପାଇଁ ଯୋଜନା।
– ୨୦୨୨ ମାର୍ଚ୍ଚ ସୁଦ୍ଧା ତିଆରି ହେବ ଆଉ ୧୧ ହଜାର କି.ମି. NH କରିଡର୍‌।
– ଆସନ୍ତା ୩ ବର୍ଷ ମଧ୍ୟରେ ଦେଶର ଆଉ ୧୦୦ ସହରରେ ଗ୍ୟାସ ବିତରଣ ନେଟୱର୍କ
– ଗିଫ୍ଟ ସିଟିରେ କେନ୍ଦ୍ର ସରକାର କରିବେ ବିଶ୍ୱସ୍ତରୀୟ ଫାଇନ ଟେକ ହବ
– ଜାମ୍ମୁକାଶ୍ମୀରରେ ହେବ ଗ୍ୟାସ ପାଇପଲାଇନ ପ୍ରକଳ୍ପ
– ସୌର ଶକ୍ତି ନିଗମକୁ ୧ ହଜାର କୋଟି ଓ ନବୀକରଣ ଶକ୍ତି ବିକାଶ ପାଇଁ ୧୫ ଶହ କୋଟିର ବ୍ୟୟବରାଦ
– ବୀମା କ୍ଷେତ୍ରରେ ବୈଦେଶିକ ପୁଞ୍ଜିନିବେଶ ସୀମା ୪୯%ରୁ ୭୪%କୁ ବୃଦ୍ଧି
– ସରକାର ବ୍ୟାଙ୍କକୁ ଦିଆଯିବ ୨୦ ହଜାର କୋଟି ଟଙ୍କା
– ଆସେଟ ରିକନଷ୍ଟ୍ରକ୍ସନ କମ୍ପାନୀ ଓ ଆସେଟ ମ୍ୟାନେଜମେଂଟ କମ୍ପାନୀ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା
– ୨ଟି ବେସରକାରୀ ବ୍ୟାଙ୍କ ଓ ଗୋଟିଏ ବେସରକାରୀ ବୀମା କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରାଯିବ
– ୨୯. ପୁଞ୍ଜି ପ୍ରତ୍ୟାହାରରୁ ୧.୭୫ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ପାଇବାକୁ ଲକ୍ଷ୍ୟ ରଖିଛନ୍ତି।
– ଚାଷୀଙ୍କୁ ୧୬.୫ ଲକ୍ଷ କୋଟିର ଋଣ ପ୍ରଦାନ ଲକ୍ଷ୍ୟ
– ଗିଗ ଓ ପ୍ଲାଟଫର୍ମ ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବ।
–  ଜାତୀୟ ଶିକ୍ଷା ନୀତି ଆଧାରରେ ୧୫ ହଜାର ବିଦ୍ୟାଳୟର ଗୁଣାତ୍ମକମାନ ବୃଦ୍ଧି କରାଯିବ
– ୩୩. ଆଉ ୧ କୋଟି ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯିବ
– ଆସାମ ଓ ପଶ୍ଚିମବଙ୍ଗର ଚା ଚାଷୀଙ୍କ ପାଇଁ ୧ ହଜାର କୋଟିର ବ୍ୟୟବରାଦ
– ଆସାମ ଓ ପଶ୍ଚିମବଙ୍ଗରେ ମହିଳା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା
– ୨୦୨୦-୨୧ରେ ବିତୀୟ ନିଅଂଟ ୯.୫% ଥିବାବେଳେ, ୨୦୨୧-୨୨ରେ ତାହା ୬.୮% ହେବବୋଲି ଲକ୍ଷ୍ୟ ରହିଛି।
– ୨୦୨୫-୨୬ ସୁଦ୍ଧା ବିତୀୟ ନିଅଂଟ ୫% ମଧ୍ୟରେ ରହିବ ବୋଲି ଆକଳନ
– ଚଳିତ ଆର୍ଥିକ ବର୍ଷରେ ୩୦.୪୨ ଲକ୍ଷ କୋଟିର ବ୍ୟୟ ଅଟକଳ ଥିବାବେଳେ ତାହା ୩୪.୫୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
– ଜାତୀୟ ଇ-ବଜାରରେ ଆଉ ୧୦୦୦ ମଣ୍ଡିକୁ ସାମିଲ କରାଯିବ
– କଂଟିଜେନ୍ସ ଫଣ୍ଡ ୩୦ ହଜାର କୋଟି ଟଙ୍କାକୁ ବୃଦ୍ଧି
– ଯେଉଁ ବରିଷ୍ଠ ନାଗରିକମାନେ କେବଳ ପେନସନ ଓ ନିଜ ଆୟର ସୁଧରେ ଚଳୁଛନ୍ତି ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ
– ଟିକସ ଅଡ଼ିଟ ସୀମା ୫ କୋଟିରୁ ୧୦ କୋଟିକୁ ବୃଦ୍ଧି
– ଆରଇଆଇଟି ଓ ଇନଭିଟସରେ ଡେଭିଡେଣ୍ଡକୁ ଟିଡ଼ିଏସରୁ ବାଦ ଦିଆଯିବ
– କମ ମୂଲ୍ୟର ଗୃହ ପ୍ରକଳ୍ପ ଉପରେ ଲାଗିବନି ଟିକସ । ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଲାଗୁ ହେବ

Comments are closed.