Odisha Link
Bridging the Missing Links in Odisha

ବଜେଟ ୨୦୨୧: ଏଥର ବି ନୂଆ ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଭାଙ୍ଗିଲା ଦୀର୍ଘବର୍ଷର ପରମ୍ପରା। ସଂସଦରେ ଉପସ୍ଥାପନ ହେଲା ପେପର୍‌ଲେସ୍‌ ବଜେଟ। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ପେପର୍‌ଲେସ୍‌ ବଜେଟ୍‌ ଉପସ୍ଥାପନ କରି ନିଜ ନାମରେ ଆଉ ଏକ ନୂଆ ରେକର୍ଡ ଯୋଡ଼ିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ରିଫ୍‌କେସ୍‌ ବଦଳରେ ନାଲି ଫିତାରେ ବନ୍ଧା ‘ବହି-ଖାତା’ ଧରି ବଜେଟ୍ ଉପସ୍ଥାପନ କରି ରେକର୍ଡ ଭାଙ୍ଗିଥିଲେ।

ସୂଚନାଯୋଗ୍ୟ, ୨୦୧୯ ଯାଏ ଦେଶର ଅର୍ଥମନ୍ତ୍ରୀମାନେ ବ୍ରିଫ୍‌କେସ୍‌ରେ ବଜେଟ୍ ବହି ଧରି ସଂସଦକୁ ଆସୁଥିଲେ। ଦୀର୍ଘ ୫୦ ବର୍ଷ ପରେ ଗତବର୍ଷ ଜୁଲାଇ ୫ରେ ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାନ କରିଥିଲେ। ସେ ବ୍ରିଫ୍‌କେସ୍‌ ବଦଳରେ ନାଲି ଫିତାରେ ବନ୍ଧା ‘ବହି-ଖାତା’ ଧରି ବଜେଟ୍ ଉପସ୍ଥାପନ କରିଥିଲେ। ବହି-ଖାତା ଭାରତୀୟ ସଂସ୍କୃତିର ପ୍ରତୀକ ବୋଲି କୁହାଯାଏ। ତେଣୁ ପାଶ୍ଚାତ୍ୟ ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ସରକାର ବହି-ଖାତା ଆପଣାଇଥିଲେ।

ବଜେଟ‌ ଉପସ୍ଥାପନ ପରେ କ’ଣ ହୁଏ:
ବଜେଟ ଉପସ୍ଥାପନ ହେବା ପରେ ଏହାକୁ ସଂସଦର ଉଭୟ ଗୃହରେ ପାସ୍‌ କରାଇବାକୁ ପଡ଼ିଥାଏ। ଉଭୟ ଗୃହରେ ପାସ୍‌ ହେବା ପରେ ଏପ୍ରିଲ ୧ରୁ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ଭାରତରେ ଆର୍ଥିକବର୍ଷ ଏପ୍ରିଲ ୧ରୁ ଆରମ୍ଭ ହୁଏ ଏବଂ ମାର୍ଚ୍ଚ ୩୧ ଯାଏ ଚାଲେ।

Comments are closed.