ଝୁଲନ୍ତା ଅବସ୍ଥାରେ ଅଜଣା ଯୁବକଙ୍କ ମୃତ ଦେବ ଉଦ୍ଧାର
ଭଦ୍ରକ : ଅଜଣା ମୃତ ଦେହ ଠାବ। ଏକ ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ । ମୃତ ଦେହ ପାର୍ଶ୍ୟରେ ପଡିଛି ମଦ ଓ ବିଷ ବୋତଲ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି।
ପ୍ରକାଶ ଯେ, ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଡାହାଲା ମହନ୍ତ ପୋଲ ନିକଟ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ସ୍ଥାନୀୟ ଲୋକେ ମୃତଦେହ ଗଛରେ ଝୁଲୁଥିବା ଦେଖି ଭଣ୍ଡାରିପୋଖରୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ହସ୍ପିଟାଲକୁ ପଠାଯାଇଛି ।
Comments are closed.