ଫର୍ଣ୍ଣିଚର କାରଖାନାରେ ପ୍ରସ୍ତୁତ ହେଉଥିଲା ନକଲି ମୃଦୁ ପାନୀୟ
![](https://www.odishalink.com/wp-content/uploads/2021/02/duplicate-cold-drinks.jpg)
ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଠାବ। କିଛି ଦିନ ହେବ ନକଲି ମୃଦୁ ପାନୀୟ କାରଖାନା ଚାଲିଥିବା ନେଇ ପୁଲିସ ପାଖକୁ ଅଭିଯୋଗ ଆସିଥିଲା । ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଉକ୍ତ କାରଖାନାରେ ଚଢା଼ଉ ଜାରି ରଖିଛି ।
ପ୍ରକାଶ ଯେ, କିଛିଦିନ ହେବ ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଚାଲିଥିବା ଅଭିଯୋଗ ପାଇବା ପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ସ୍ବତନ୍ତ୍ର ଟିମ୍ ନକଲି ମୃଦୁ ପାନୀୟ ପ୍ରସ୍ତୁତ ହେଉଥିବା କାରଖାନାରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ସାମଗ୍ରୀ ଠାବ ହୋଇଛି ।
Comments are closed.