ବିଜେଡ଼ି ବିଭ୍ରାନ୍ତିକର ତଥ୍ୟ ରଖୁଛି: ବିଜେପି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବିର୍ଷିଲେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ। ସଂସଦରେ ବିଜେଡ଼ି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ରଖୁଥିବା ଅଭିଯୋଗ କଲେ। ହରିଚନ୍ଦନ କହିଛନ୍ତି ଯେ, ସ୍ବାମୀନାଥନ କମିଟି ରିପୋର୍ଟକୁ ନେଇ ସସ୍ମିତ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି। ବିକାଶକୁ ରୋକିବା ପାଇଁ ବିଜେଡ଼ି ଷଡ଼ଯନ୍ତ୍ର କରୁଛି। ଚାଷୀଙ୍କ ପାଇଁ ରାଜ୍ୟ ସରକାର ୧୦୦ ଟଙ୍କା ବୋନସ୍ ଘୋଷଣା କରିଥିଲେ। ଏହା ସହିତ ଏଯାଏଁ କେତେ ଜଣଙ୍କୁ ବୋନସ୍ ଦେଇଛନ୍ତି ସରକାର ଜଣାନ୍ତୁ। ବଳକା ଧାନ କିଣିବାକୁ କଣ ଉଦକ୍ଷେପ ନେଇଛନ୍ତି କୁହନ୍ତୁ। ଖୋଲା ବିତର୍କ ପାଇଁ ରାଜ୍ୟ ସରକାରଙ୍କୁ ଆହ୍ବାନ କଲେ ପୃଥ୍ବୀରାଜ କହିଛନ୍ତି।