ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ବାଇ-ଲ’, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ବାଇ ଲ’। ବାଇ ଲ’ ପ୍ରତ୍ୟାହାର ସମ୍ପର୍କରେ ଟ୍ୱିଟ୍ ଯୋଗେ ସୂଚନା ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ। NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ ହୋଇଥିବା ନେଇ କହିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ।
ବିଜେପି ଓ ବିଜେଡି ସାସଂଦଙ୍କ ଦାବି ପରେ ପ୍ରତ୍ୟାହାର ହୋଇଥିବା ନେଇ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ କହିଛନ୍ତି। କିଛି ସମୟ ତଳେ ପ୍ରଥମେ ବିଜେପି ଓ ପରେ ବିଜେଡି ସାଂସଦ ଭେଟିଥିଲେ ଓ ବାଇ ଲ’ ପ୍ରତ୍ୟାହାର ପାଇଁ ବାଦି କରିଥିଲେ।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି- ପୁରୀ ଶ୍ରୀମନ୍ଦିର ଲାଗି ସମସ୍ତ ନିଷ୍ପତ୍ତି ଓଡ଼ିଆ ଭାଷାରେ ନିଆଯିବ। ଏଥିସହ କୌଣସି ପଦକ୍ଷେପ ନେବା ପୂର୍ବରୁ ଆପୋଷ ବୁଝାମଣା ହେବ ବୋଲି କେନ୍ଦ୍ରମନ୍ତ୍ର ପ୍ରହଲ୍ଲାଦ ସିଂହ ପଟେଲ ନିଶ୍ଚିତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି କହିଥିଲେ- ଜଗନ୍ନାଥଙ୍କ କାର୍ଯ୍ୟରେ କେହି ବାଧା ସୃଷ୍ଟିକରିପାରିବେ ନାହିଁ । ଏନଏମଏର ପ୍ରସ୍ତାବିତ ବାଇ-ଲ’କୁ ମୁଖ୍ୟମନ୍ତ୍ରୀ ବିରୋଧ କରିଥିଲେ।
Comments are closed.