Odisha Link
Bridging the Missing Links in Odisha

କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ: ଜଗନ୍ନାଥଙ୍କ ବିକାଶ କାମକୁ କେହି ଅଟକାଇ ପାରିବେ ନାହିଁ

ପୁରୀ: ଆଜି ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀଜିଉଙ୍କୁ ଦର୍ଶନ କରିସାରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ୍ ମହାମାରୀ ପରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲି। ଶ୍ରୀମନ୍ଦିର ବିକାଶରେ ଜଡିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ।

ଏଥିସହ ପୁରୀରେ କେନ୍ଦ୍ରକୁ କଡା ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ। ଶ୍ରୀମନ୍ଦିରକୁ ନେଇ ପ୍ରସ୍ତାବିତ ବାଇ ଲ’ ସଂପୂର୍ଣ୍ଣ ଅବାସ୍ତବ। ଏହା ତୁରନ୍ତ ପ୍ରତ୍ୟାହାର ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀଜଗନ୍ନାଥଙ୍କ ବିକାଶ କାମକୁ କେହି ଅଟକାଇ ପାରିବେ ନାହିଁ ବୋଲି ନବୀନ କହିଛନ୍ତି।

ପୁରୀ ଗସ୍ତରେ ଯିବା ପୂର୍ବରୁ ଟ୍ବିଟ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ୍ ରେ ମୁଖ୍ୟମନ୍ତ୍ରୀ ଲେଖିଥିଲେ, ‘କୋଭିଡ୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ ନେଇ ମୁଁ ଉତ୍ସାହିତ। ସବୁ ତାଙ୍କରି ଇଚ୍ଛା। ଜୟ ଜଗନ୍ନାଥ।’

Comments are closed.