Odisha Link
Bridging the Missing Links in Odisha

ଚେନ୍ନାଇ ଟେଷ୍ଟ: ୩୩୭ ରନରେ ଅଲଆଉଟ୍‌ ଭାରତ, ୨୪୧ ରନରେ ଆଗୁଆ ଇଂଲଣ୍ଡ

ଚେନ୍ନାଇ: ଚେନ୍ନାଇରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭ୍ରମଣକାରୀ ଦଳ ଇଂଲଣ୍ଡ। ପ୍ରଥମେ ବ୍ୟାଟିଂରେ କମାଲ କରିଥିବା ଇଂଲଣ୍ଡ ଦଳ ବୋଲିଂରେ ମଧ୍ୟ ଟିମ୍‌ ଇଣ୍ଡିଆକୁ ମାତ୍‌ ଦେବାରେ ସଫଳ ହୋଇଛି। ଅନ୍ୟପଟେ ପ୍ରଥମ ଟେଷ୍ଟରେ ବ୍ୟାକଫୁଟରେ ରହିଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସ୍‌ରେ ମାତ୍ର ୩୩୭ ରନ କରି ଅଲଆଉଟ୍‌ ହୋଇଥିଲା। ପ୍ରଥମ ଇନିଂସରେ ୨୪୧ ରନରେ ଆଗୁଆ ରହିବା ସତ୍ତ୍ୱେ ଇଂଲଣ୍ଡ ଭାରତକୁ ଫଲୋଅନ୍ ନଦେଇ ପୁଣିଥରେ ବ୍ୟାଟିଂ କରିଛି। ଭାରତ ପକ୍ଷରୁ ଆଜି ଯୁବ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଚମତ୍କାର ବ୍ୟାଟିଂ କରି ୮୫ (୧୩୮ ବଲ୍, ୧୨ ଚୌକା, ୨ ଛକା) ରନର ଅପରାଜିତ ଇନିଂସ୍ ଖେଳିଛନ୍ତି। ତାଙ୍କୁ ଭରପୂର ସାଥ୍ ଦେଇଥିଲେ ରବିଚନ୍ଦ୍ରନ୍ ଅଶ୍ୱିନ୍, ଯିଏ ୩୧ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି।

ପ୍ରଥମ ଇନିଂସରେ ୨୪୧ ରନରେ ଆଗୁଆ ରହିବା ସତ୍ତ୍ୱେ ଇଂଲଣ୍ଡ ଭାରତକୁ ଫଲୋଅନ୍ ନଦେଇ ପୁଣିଥରେ ବ୍ୟାଟିଂ କରିଛି। ଭାରତ ପକ୍ଷରୁ ଆଜି ଯୁବ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଚମତ୍କାର ବ୍ୟାଟିଂ କରି ୮୫ (୧୩୮ ବଲ୍, ୧୨ ଚୌକା, ୨ ଛକା) ରନର ଅପରାଜିତ ଇନିଂସ୍ ଖେଳିଛନ୍ତି। ତାଙ୍କୁ ଭରପୂର ସାଥ୍ ଦେଇଥିଲେ ରବିଚନ୍ଦ୍ରନ୍ ଅଶ୍ୱିନ୍, ଯିଏ ୩୧ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ।

ଇଂଲଣ୍ଡ ପକ୍ଷରୁ ଡମ୍ ବେସ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଜେମ୍ସ ଆଣ୍ଡରସନ୍, ଜୋଫ୍ରା ଆର୍ଚର ଓ ଜ୍ୟାକ୍ ଲିଚ୍ ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଛନ୍ତି। ଜବାବରେ ଇଂଲଣ୍ଡ ତାର ଦ୍ବିତୀୟ ଇନିଂସ୍‌ ଖେଳ ଆରମ୍ଭ କରିଛି। ଦଳ ୨ୟ ଇନିଂସର ପ୍ରଥମ ବଲରେ ଓପ୍ନର ରୋରୀ ବର୍ନସଙ୍କୁ ହରାଇଥିଲା। ବର୍ନସଙ୍କୁ ଭାରତର ଅଭିଜ୍ଞ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ପ୍ୟାଭିଲିୟନ୍ ପଠାଇଛନ୍ତି। ଖବର ଲେଖା ହେବା ସୁଦ୍ଧା ଇଂଲଣ୍ଡ ଦଳ ଗୋଟିଏ ଓ୍ବିକେଟ ହରାଇ ୨୭ ରନ୍‌ କରିଛି।

Comments are closed.