Odisha Link
Bridging the Missing Links in Odisha

କଲରାପତରିଆ ବାଘ ଛାଲ ଓ ୨ଟି ହାତୀ ଦାନ୍ତ ଜବତ

କେନ୍ଦୁଝର: କ୍ରାଇମବ୍ରାଞ୍ଚ STFକୁ ସଫଳତା। କଲରାପତରିଆ ବାଘ ଛାଲ, ୨ ହାତୀ ଦାନ୍ତ ଜବତ କରିଛି STF। କେନ୍ଦୁଝର ଆରଟିଓ ଅଫିସ ନିକଟରେ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରିଥିଲା। ଡିଲ୍ ବେଳେ ୩ ମିଡିଲମ୍ୟାନଙ୍କୁ ଧରିଛି STF। ଲକ୍ଷାଧିକ ଟଙ୍କାରେ ଡିଲ ହେଉଥିଲା ବାଘ ଛାଲ ଓ ହାତୀଦାନ୍ତ। ବାଘ ଛାଲ ଓ ହାତୀ ଦାନ୍ତ ରାକେଟ ନେଇ ୩ ଜଣଙ୍କୁ ପଚରାଉଚରା କରୁଛି ଏସଟିଏଫ୍।

ଗିରଫ ୩ ଜଣ ହେଲେ କରଞ୍ଜିଆର ସେଖ୍ ହସମତି ଅଲ୍ଲୀ, ଚନ୍ଦ୍ରକାନ୍ତ ଧଳ ଓ ମୟ ରାଉତ । ଜବତ ବାଘଛାଲ ଓ ହାତୀଦାନ୍ତ ଡେରାଡୁନର ୱାଇଲଡ ଲାଇଫ ଇନଷ୍ଟିଚ୍ୟୁଟକୁ ପଠାଯାଇଛି । ତେବେ ଦନ୍ତା ଓ ବାଘ କେଉଁଠୁ ଶିକାର ହୋଇଛି । କେଉଁଠିକୁ ଲମ୍ବିଛି ହାତୀଦାନ୍ତ ଓ ବାଘଛାଲ ଚାଲାଣର ରାକେଟ ତାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ STF ।

Comments are closed.