Odisha Link
Bridging the Missing Links in Odisha

ସନ୍ନି ଲିଓନୀଙ୍କ ବିରୋଧରେ ଟଙ୍କା ଠକେଇ ଅଭିଯୋଗ

ମୁମ୍ବାଇ: ନିଜର ବୋଲ୍ଡ ଲୁକ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ ଅଭିନେତ୍ରୀ ସନ୍ନି ଲିଓନୀ। କିନ୍ତୁ ଏଥର ସନ୍ନି ଲିଓନୀଙ୍କ ଚର୍ଚ୍ଚାର କାରଣ ତାଙ୍କ ବୋଲ୍ଡ ଲୁକ୍ସ ପାଇଁ ନୁହେଁ ବରଂ ଟଙ୍କା ଠକେଇ ଅଭିଯୋଗ ନେଇ ହୋଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ସନ୍ନି ଲିଓନୀଙ୍କୁ ଘଣ୍ଟାଘଣ୍ଟା ଧରି ପଚରାଉଚରା କରିଛି।

ସୂଚନା ଅନୁସାରେ, ଜଣେ ବ୍ୟକ୍ତି ସନ୍ନି ଲିଓନୀଙ୍କ ଉପରେ ୨୯ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ଆଣିଛନ୍ତି। ପେରୁ ମବରୁରରେ ରହୁଥିବା ଆର ଶ୍ରେୟସ ନାମକ ଜଣେ ବ୍ୟକ୍ତି ସନ୍ନି ଲିଓନଙ୍କ ବିରୋଧରେ ଏହି ଅଭିଯୋଗ କରିଛନ୍ତି। ଏବେ ସନ୍ନି ଲିଓନୀ କେରଳରେ ରହି ଛୁଟି ଉପଭୋଗ କରୁଛନ୍ତି। ଆର ଶ୍ରେୟସ ମାମଲାରେ ଦର୍ଶାଇଛନ୍ତି ଯେ, ସନ୍ନି ଲିଓନୀ ତାଙ୍କଠାରୁ ୨୯ଲକ୍ଷ ଟଙ୍କାର ଠକେଇ କରିଛନ୍ତି।

ଶ୍ରେୟସ ତାଙ୍କ ଅଭିଯୋଗରେ କହିଛନ୍ତି ସେ ସନ୍ନିଙ୍କୁ ଦୁଇଟି ଇଭେଣ୍ଟ ପାଇଁ ଏହି ଟଙ୍କା ଦେଇଥିଲେ। କିନ୍ତୁ, ସେ ଇଭେଣ୍ଟକୁ ଆସିବାକୁ ମନା କରିଦେଇଥିଲେ। ପରେ ଟଙ୍କା ମଧ୍ୟ ଫେରାଇନଥିଲେ। ଯାହାଫଳରେ ବାଧ୍ୟ ହୋଇ ଉକ୍ତ ବ୍ୟକ୍ତିଜଣକ ଥାନାରେ ମାମଲ ରୁଜୁ କରିଛନ୍ତି। ଫଳରେ କ୍ରାଇମ ବ୍ରାଞ୍ଚ ସନ୍ନି ଲିଓନୀଙ୍କୁ ଏହି ମାମଲାରେ ପଚାର ଉଚରା କରିଛି।

ସନ୍ନି ଲିଓନୀଙ୍କ କହିବା ମୁତାବକ, କରୋନା ମହାମାରୀ କାରଣରୁ ସେ କିଛି ଇଭେଣ୍ଟସ୍ର ଭାଗିଦାରୀ ହୋଇ ପାରିନଥିଲେ। ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେ ଆୟୋଜକମାନେ ଏହି ଶୋ’ କୁ ପାଞ୍ଚଥର ବାତିଲ କରିଛନ୍ତି ଏବଂ କାର୍ଯ୍ୟସୂଚୀ ଅନୁଯାୟୀ ସୋ ସ୍ଥିର କରାଯାଇ ନାହିଁ। ଅନ୍ୟପକ୍ଷରେ କ୍ରାଇମ୍ ବ୍ରାଞ୍ଚର ଅଧିକାରୀମାନେ କହିଛନ୍ତି, ଯଦି ଅନ୍ୟ ଦିନ ପାଇଁ ଆୟୋଜକମାନେ କାର୍ଯ୍ୟକ୍ରମ ସ୍ଥିର କରିବେ, ତେବେ ସେ ସେହି କାର୍ଯ୍ୟକ୍ରମକୁ ଯିବାକୁ ପ୍ରସ୍ତୁତ ଅଛନ୍ତି।

Comments are closed.