Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡରେ ହିମସ୍ଖଳନ: ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି

ଉତ୍ତରାଖଣ୍ଡ: ଦେବଭୂମୀ ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ। ଚମେଲି ଜିଲ୍ଲା ଯୋଶୀମଠରେ ବରଫ ପାହାଡ଼ ଧସି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ମହାପ୍ରଳୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ହିମସ୍ଖଳନ ଯୋଗୁଁ ଏବେ ବି ଶତାଧିକ ଲୋକ ନିଖୋଜ ଥିବା ଜଣାପଡିଛି।

ITBP ଯବାନଙ୍କ ସହିତ NDRF, SDRF ଓ ବାୟୁସେନା ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଘଟଣାସ୍ଥଳରେ NDRFର ଡଗ୍ ସ୍କ୍ୱାର୍ଡ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି।

ଏବେ ବି ପ୍ରାୟ ୨୦୦ ଲୋକ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ସୁଦ୍ଧା ପାଖାପାଖି ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସତର୍କତା ମୂଳକ ପଦକ୍ଷେପ ଦୃଷ୍ଟିରୁ ଭାର୍ଗବୀ ନଦୀର ଜଳପ୍ରବାହକୁ ବନ୍ଦ କରିଦିଆଯାଇଛି। ସେପଟେ ଅନ୍ୟ ଏକ ଟନେଲରେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

ମୃତକଙ୍କ ପରିବାରକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷର କ୍ଷତିପୂରଣ ଘୋଷଣା କରାଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଏନ୍‌ଟିପିସିର ପାଓ୍ବାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀ ବୋଲି କୁହାଯାଉଛି।

Comments are closed.