Odisha Link
Bridging the Missing Links in Odisha

ଛାତ୍ରୀଙ୍କ ଧାରଣା ପରେ କମିଲା ହଷ୍ଟେଲ ରି-ଆଡମିସନ ଫି

ଭୁବନେଶ୍ବର: ବାଣୀବିହାରରେ ଆଜି ଛାତ୍ରୀମାନେ ବିଭିନ୍ନ ଅସୁବିଧାର ଆଶୁ ସମାଧାନ ଦାବି କରି ଆଜି ପିଜି କାଉନସେଲ୍ ଅଫିସ ଘେରାଉ କରିଥିଲେ। ଛାତ୍ରୀମାନେ ହଷ୍ଟେଲ୍‌ ଫି ହ୍ରାସ କରିବା ପାଇଁ ଧାରଣାରେ ବସିଥିଲେ। ଛାତ୍ରୀ ମାନଙ୍କ ଧାରଣା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ କଥାକୁ ମାନିନେଇଛନ୍ତି। ହଷ୍ଟେଲର ରି ଆଡମିସନ ଫିକୁ ୧୨୫୦ ଟଙ୍କାଙ୍କୁ କମାଇ ନିଆଯାଇଛି। ଉତ୍କଳ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଫି ହ୍ରାସ କରିଛନ୍ତି।

ବାଣୀବିହାରରେ କିଛି ଦିନ ତଳେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା। ହଷ୍ଟେଲ୍‌ ସମସ୍ୟା ଓ ଖାଦ୍ୟକୁ ନେଇ ଗୋଷ୍ଠୀ କନ୍ଦଳ ହୋଇଥିଲା। ଛାତ୍ର-ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା ଏଥିରେ କିଛି ଛାତ୍ର ଆହାତ ହୋଇଥିଲେ।

Comments are closed.