ଅଭିନେତା ରାଜୀବ କପୁରଙ୍କର ହୃଦଘାତରେ ପରଲୋକ

ମୁମ୍ବାଇ: ଅଭିନେତା ଋଷି କପୁର ଏବଂ ରଣଧୀର କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କର ପରଲୋକ। ହୃଦଘାତରେ ରାଜୀବ କପୁରଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତ୍ୟୁ ସମୟରେ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚେମ୍ବୁରର ଇନଲାକ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜୀବଙ୍କ ମୃତ୍ୟୁ ଖବରକୁ ତାଙ୍କ ଭାଇ ରଣଧୀର ସ୍ପଷ୍ଟ କରିଛନ୍ତି।
ରାଜୀବଙ୍କ ମୃତ୍ୟୁକୁ ନେଇ ରଣଧୀର କପୁର କହିଛନ୍ତି ଯେ, ମୁ ମୋ ସାନ ଭାଇକୁ ହରାଇଲି। ସେ ଆଉ ଦୁନିଆରେ ନାହାନ୍ତି। ଡାକ୍ତରଙ୍କ ସତଚେଷ୍ଟା ପରେ ମଧ୍ୟ ସେ ରାଜୀବଙ୍କ ବଞ୍ଚାଇପାରିଲେ ନାହିଁ। ବର୍ତ୍ତମାନ ରାଜୀବଙ୍କ ମୃତଦେହ ପାଇଁ ଆମେ ଅପେକ୍ଷା କରିଛୁ।