Odisha Link
Bridging the Missing Links in Odisha

କୋଷ୍ଟାଲ ହାଇୱେ ପ୍ରସଙ୍ଗ: ପ୍ରଥମରୁ ଯେଉଁ ସନ୍ଦେହ ଥିଲା, ଆଜି ସ୍ପଷ୍ଟ ହେଲା

ଭୁବନେଶ୍ୱର: କୋଷ୍ଟାଲ ହାଇୱେ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା। ଗତକାଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ଅଣତରକା ପ୍ରଶ୍ନର ଉତ୍ତର ରାଜ୍ୟସଭାରେ ଦେଇଥିଲେ। ତେବେ ଓଡ଼ିଶାର ଉପକୂଳ ହାଇୱେ ହ୍ରାସ ପାଇଥିବା ସଞ୍ଜୟ ପ୍ରକାଶ କରିଛନ୍ତି।

ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ପ୍ରଥମରୁ ଯେଉଁ ସନ୍ଦେହ କରାଯାଉଥିଲା, ତାହା ଆଜି ସ୍ପଷ୍ଟ ହୋଇଛି। ଗୋପାଳପୁରଠାରୁ ଦିଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ୪୩୫ କିମି ଯିବା କଥା, ମାତ୍ର ତାହା ହ୍ରାସ ପାଇ ୩୮୨ କିମି ହୋଇଛି। କୋଷ୍ଟାଲ ହାଇୱେ କମିବା ରାଜ୍ୟର ସ୍ୱାର୍ଥୀ ବିରୋଧୀ ଅଟେ।

କୋଷ୍ଟାଲ ହାଇୱେ ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ। ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ ପାଇଁ ଅର୍ଥନୀତିରେ ବିରାଟ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ରାଜନୀତିକରଣ କରାନଯାଇ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଉଚିତ। ସେଥିପାଇଁ ଦଳମତ ନିର୍ବିଶେଷରେ ମିଳିତ ହୋଇ ଆଲୋଚନା କରିବା ଦରକାର। କେନ୍ଦ୍ର ସରକାର ଏନେଇ ପୁର୍ନବିଚାର କରନ୍ତୁ। ମୁଖ୍ୟମନ୍ତ୍ରୀ ଆଲୋଚନା ପରେ ବି ଗଡକରୀଙ୍କ ଏଭଳି ନିଷ୍ପତ୍ତି ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସଂଜୟ ଦାସବର୍ମା।

Comments are closed.