Odisha Link
Bridging the Missing Links in Odisha

ମାସକରେ ଆସିଛି ୧୨୦୭ ଫ୍ରଡ୍ କଲ୍: ପୋଲିସ କମିଶନର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି। ସାଇବର ଠକେଇ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। କମିଶନର କହିଛନ୍ତି ଯେ, ସାଇବର ହେଲ୍ପ ଡେସ୍କକୁ ମାସେ ପୁରିଛି, ମାସେ ଭିତରେ ୧୨୦୭ ଫ୍ରଡ କଲ ଆସିଛି। ରାଜ୍ୟରେ ମୋଟ ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଛି।

ଭୁବନେଶ୍ୱରରେ ୩୬୮ଟି ଫ୍ରଡ କଲ ଦ୍ୱାରା ଅଧ କୋଟି ଟଙ୍କା ଲୁଟ୍ ହୋଇଛି। ଆହୁରି ୭ ଲକ୍ଷ ୧୯ ହଜାର ଟଙ୍କା ବ୍ଲକ ହୋଇ ରହିଛି। ବ୍ଲକ ହୋଇ ରହିଥିବା ଟଙ୍କା ମଧ୍ୟରୁ କିଛି ଜଣଙ୍କୁ ଫେରାଯାଇଛି। ଫ୍ରଡ କଲ ଆସୁଥିବା ୨୩୯ଟି ସିମକୁ ବ୍ଲକ କରାଯାଇଛି। ସମସ୍ତ ଠକେଇ କଲ ଓଡିଶା ବାହାରୁ ଆସୁଥିବା କହିଛନ୍ତି ପୋଲିସ କମିଶନର କହିଛନ୍ତି ସୁଧାଂଶୁ ଷଡଙ୍ଗୀ।

Comments are closed.