Odisha Link
Bridging the Missing Links in Odisha

ପ୍ରଥମ ଟେଷ୍ଟରେ ହାରିଲା ଟିମ୍‌ ଇଣ୍ଡିଆ, ୧-୦ରେ ଆଗୁଆ ଇଂଲଣ୍ଡ

ଚେନ୍ନାଇ: ଚେନ୍ନାଇ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ମାତ୍‌ ଦେଲା ଭ୍ରମଣକାରୀ ଇଂଲଣ୍ଡ ଦଳ। ଭାରତକୁ ୨୨୭ ରନରେ ହରାଇ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଇଂଲଣ୍ଡ ଦଳ। ପ୍ରଥମ ଇନିଂସରେ ଖରାପ ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ବ୍ୟାଟସମ୍ୟାନ୍‌ ମାନେ ଦ୍ବିତୀୟ ଇନିଂସରେ ମଧ୍ୟ ଖରାପ ପ୍ରଦର୍ଶନ କରିଛନ୍ତି। ପ୍ରଥମ ଇନିଂସରେ ୩୩୭ ରନ କରିଥିବା ଭାରତୀୟ ଦଳ ଦ୍ବିତୀୟ ଇନିଂସରେ ମାତ୍ର ୧୯୩ ରନରେ ଅଲଆଉଟ୍‌ ହୋଇ ଯାଇଛି। ଯାହାଫଳରେ ଇଂଲଣ୍ଡ ଦଳ ଭାରତକୁ ୨୨୭ ରନରେ ମାତ୍‌ ଦେଇଛି।

ପଞ୍ଚମ ଦିନ ଖେଳ ଆରମ୍ଭରୁ ହିଁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଚେତେଶ‌୍ବର ପୂଜାର ମାତ୍ର ୧୫ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ବିରାଟ ଓ ଗିଲ୍‌ ମିଶି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇ ଥିଲେ। ଗିଲ୍‌ ବ୍ୟକ୍ତିଗତ ୫୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ରାହାଣେ, ପନ୍ତ, ସୁନ୍ଦର, ଅଶ୍ବିନୀ କେହି ବି ବିରାଟଙ୍କ ସାଥ ଦେଇ ପାରିନଥିଲେ। ଯାହାଫଳରେ ଟିମ୍‌ ଇଣ୍ଡିଆ ଏକ ଲଜ୍ଜାଜନକ ପରାଜୟ ବରଣ କରିଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଶୁବମନ୍‌ ଗିଲ୍‌ ୫୦ ଓ ବିରାଟ କୋହଲି ସର୍ବାଧିକ ୭୨ ରନ୍‌ କରିଥିଲେ। ଆଉ ବାକି ଖେଳାଳି ୨୦ରୁ ଅଧିକା ସ୍କୋର କରି ପାରି ନାହାନ୍ତି। ଇଂଲଣ୍ଡ ପକ୍ଷରୁ ଜ୍ୟାକ୍‌ ଲିଚ୍‌ ୪ଟି ଓ ଆଣ୍ଡରସନ୍‌ ୩ଟି ଓ୍ବିକେଟ ନେଇଥିବା ବେଳେ ଆର୍ଚର, ଡୋମିନିକ ବେସ୍‌ ଓ ବେନ୍‌ ଷ୍ଟୋକ୍ସ ଗୋଟାଏ ଲେଖାଏଁ ଓ୍ବିକେଟ ନେଇ ଇଂଲଣ୍ଡକୁ ବିଜୟୀ କରାଇଛନ୍ତି। ଦ୍ବିଶତକ ଇନିଂସ୍‌ ଖେଳିଥିବା ଜୋ ରୁଟଙ୍କୁ ମ୍ୟାଚର ଶ୍ରେଷ୍ଟ ଖେଳାଳି ସମ୍ମାନ ମିଳିଛି।

Comments are closed.