ଭୟାବହ ଅଗ୍ନିକାଣ୍ଡ, ୨୨ ମେଣ୍ଢା ଜୀବନ୍ତ ଦଗ୍ଧ

ଅନୁଗୁଳ: ଅନୁଗୁଳ ଖାଲଗାଁରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଘର, ଗୁହାଳ ଓ ଅନେକ ସମ୍ପତ୍ତି ପୋଡି ପାଉଁଶ ପୋଡିଯାଇଛି। ଏଥିସହ ଏହି ଅଗ୍ନିକାଣ୍ଡରେ ଗୋରୁ ସହ ୨୨ ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନା ମୁତାବକ, ଗତ ବୁଧବାର ଦିନ ବିଳମ୍ବିତ ରାତିରେ ପଞ୍ଚୁନାଥ ବିଶ୍ୱାଳ ଏବଂ ବିଶ୍ୱନାଥ ବିଶ୍ୱାଳରେ ଘରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ନିଆଁ ବ୍ୟାପି ୬ବଖରା ଘର ସହ ୮ଟି ଗାଇ ଗୁହାଳ ଜଳି ପାଉଁଶ ହୋଇଯାଇଛି। ସେହିପରି ଅଗ୍ନିକାଣ୍ଡରେ ୨୨ ଟି ମେଣ୍ଢା ସହ ଗୋଟିଏ ଗାଈ ଜୀବନ୍ତ ପୋଡି ଯାଇଛି। ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଅସଫଳ ହୋଇଥିଲେ। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।