Odisha Link
Bridging the Missing Links in Odisha

ପ୍ରଶାନ୍ତ ମହାସାଗରରେ ଭୂକମ୍ପ ଝଟକା, ସୁନାମି ଆଲର୍ଟ

ୱାଶିଂଟନ: ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରେକର୍ଡ ହୋଇଛି। ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମୀ ନେଇ ଆଲର୍ଟ ଜାରି ହୋଇଛି। ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆରେ ସୁନାମି ଆଲର୍ଟ ଜାରି କରାଯାଇଛି। ଆମେରିକା ଭୂ-ବୈଜ୍ଞାନିକ ଏଜେନ୍ସି ଅନୁସାରେ, ଲୋୟାଲ୍ଟି ଦ୍ୱୀପ ସମୂହ ଠାରୁ ୬ ମାଇଲ୍ ଦକ୍ଷିଣ-ପୂର୍ବ ଗଭୀର ୭.୭ ତୀବ୍ରତା ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି।

ଭୂକମ୍ପର ତୀବ୍ରତା ୭.୭ ଥିବା ବେଳେ ଏହାର କେନ୍ଦ୍ର ସ୍ଥଳ ନ୍ୟୁକାଲେଡେନିଆର ଟାଡିନେ ସହର ଠାରୁ ୪୧୭ କିମି ଦୂର। ଏହା ଭୂପୃଷ୍ଠର ୧୦ କିମି ଗଭୀରରେ ସୃଷ୍ଟି ହୋଇଥିଲା। ୭.୭ ତୀବ୍ରତାର ଭୂକମ୍ପ ଝଟକାର ଘଣ୍ଟାଏ ମଧ୍ୟରେ ଆଉ ୩ଟି ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ୫.୬ରୁ ୭.୧ ମଧ୍ୟରେ ରହିଥିଲା।

ଭୂକମ୍ପ ଝଟକା ପରେ ଲୋକଙ୍କୁ ସୁମଦ୍ର କୂଳ ନିକଟକୁ ଯିବାକୁ ବାରଣ କରାଯାଇଛି। ପ୍ରଶାନ୍ତ ମହାସାଗରର ଲୟାଲଲିଟି ଦ୍ୱୀପପୁଞ୍ଜ ଭୂକମ୍ପର ସବୁଠାରୁ ବଡ଼ ଝଟକା ଅନୁଭୂତ ହୋଇଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ଠାରୁ ଇଣ୍ଡୋନେସିଆ ଯାଏ ଅନୁଭବ ହୋଇଛି। ନ୍ୟୁଜିଲ୍ୟାଣ୍ଡର ଜାତୀୟ ଜରୁରୀ କାଳୀନ ମ୍ୟାନେଜମେଣ୍ଟ ବିଭିନ୍ନ ସମୁଦ୍ରରେ ଗାଧୋଉ ଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲି ଆସିବାକୁ କହିଛି। ସେହିପରି ଅହିପାରା, ଗ୍ରେଟ ବ୍ୟାରିୟର ଓ ମାଟାଟାରୁ ଟଲାଗା ଉପକୂଳରେ ଥିବା ଲୋକମାନଙ୍କୁ ନଦୀ, ସୁମଦ୍ର ଏବଂ ଜଳାଶୟରୁ ଦୂରେଇ ରହିବାକୁ କୁହାଯାଇଛି।

କେବଳ ନ୍ୟୁଜିଲ୍ୟାଣ୍ତ ନୁହେଁ ଅଷ୍ଟ୍ରେଲିଆର ଲର୍ଡ ଦ୍ୱୀପରେ ମଧ୍ୟ ସୁନାମି ଆସିବାର ଆଶଙ୍କା ପ୍ରକାଶ ପାଇଛି। ସେହିପରି ଆମେରିକାର ସୁନାମି ଚେତାବନୀ କେନ୍ଦ୍ର ଫିଜି ଓ ଭାନୁଆତୁରେ ସମୁଦ୍ର ଜୁଆର ୧ରୁ ୩.୩ ଫୁଟ ଉପରକୁ ଉଠିପାରେ ବୋଲି ସତର୍କ କରାଇଛି।

Comments are closed.