LACରେ ସ୍ଥିତି ସୁଦୃଢ଼: ରାଜନାଥ ସିଂ

ନୂଆଦିଲ୍ଲୀ: LAC ସ୍ଥିତି ନେଇ ରାଜ୍ୟସଭାରେ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ, ଲଦାଖର ପୋଙ୍ଗଙ୍ଗ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି। ପୋଙ୍ଗଙ୍ଗର ଉତ୍ତର-ଦକ୍ଷିଣ ପ୍ରାନ୍ତରୁ ସୈନ୍ୟ ପ୍ରତ୍ୟାହାର ହେଉଛି। ଚୁକ୍ତି ଅନୁସାରେ ୪୮ ଘଣ୍ଟା ଭିତରେ ସୈନ୍ୟ ପ୍ରତ୍ୟାହାର ହେବ।
ଏହି ମାମଲାରେ ଗତ ସେପ୍ଟେମ୍ବର ମାସରୁ ଚୀନ୍ ସହ ଆଲୋଚନା ଜାରି ରହିଛି। LACରେ ଅନୁପ୍ରବେଶ ଉଦ୍ୟମ କରିଛି ଚୀନ। ଏହା ଫଳରେ ଭାରତ-ଚୀନ ମଧ୍ୟରେ ସମ୍ପର୍କ ବିଗିଡିଯାଇଛି। ଆମେ ଏକ ଇଞ୍ଚ ଜମି ବି କାହାକୁ ଦେବୁନି। ଅପ୍ରେଲ ୨୦୨୦ ପୂର୍ବ ସ୍ଥିତିକୁ ଫେରିବା ନେଇ ଆଶା ରହିଛି।
Comments are closed.