Odisha Link
Bridging the Missing Links in Odisha

ଆସନ୍ତା ୧୫ରେ ରାଜ୍ୟ କଂଗ୍ରେସର ଓଡ଼ିଶା ବନ୍ଦ ଡ଼ାକରା

ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ଦରଦାମ ବୃଦ୍ଧିକୁ ନେଇ ଏହି ଡ଼ାକରା ଦିଆଯାଇଛି। ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ। ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯିବ। ଦିନକୁ ଦିନ ଦେଶରେ ଦର ଦାମ ବୃଦ୍ଧି ପାଇବାରେ ଲାଗିଛି ଏହି ଉଦ୍ଦେଶ୍ୟରେ ୧୫ ତାରିଖରେ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କଂଗ୍ରେସ ଭବନ ଆଗରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି। ଏହାସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ନିରଞ୍ଜନ ପଟ୍ଟନାୟକ। କୋଟିଆ ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ରାଜ୍ୟର କ୍ଷତି ହେଉଛି।

ସେହିପରି କାଳିଆ ଟଙ୍କା ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କାଳିଆ କିସ୍ତି ପିଛା ପାଞ୍ଚ ହଜାର ମିଳୁଥିଲା। ଏବେ ୨ ହଜାର ଟଙ୍କା ଦେଉଛନ୍ତି ସରକାର। ଏହା ଓଡିଶା ଚାଷୀଙ୍କୁ ସମ୍ମାନ ନୁହେଁ। ଭୋଟ ପରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେବେ କହି ଏବେ ୫୩ ଲକ୍ଷ ଚାଷୀଙ୍କୁ ଟଙ୍କା ଦେଉଛନ୍ତି।

Comments are closed.