Odisha Link
Bridging the Missing Links in Odisha

ରାଜସ୍ଥାନରେ ଟ୍ରାକ୍ଟର ଚଳାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ରାଜସ୍ଥାନ ଗସ୍ତ ବେଳେ ରାହୁଲ ଗାନ୍ଧୀ ଅଜମେର ଓ ନାଗୋର ଦୁଇଟି ଜିଲ୍ଲାରେ ଟ୍ରାକ୍ଟର ଓ ଟ୍ରଲି ରାଲି କରିଥିଲେ। ଶତାଧିକ ଚାଷୀ ଟ୍ରାକ୍ଟର ସହ ରୁପନଗଡ଼ରେ ଆୟୋଜିତ ରାଲିରେ ଯୋଗ ଦେଇଥିଲେ। ଟ୍ରାକ୍ଟର ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ନୂଆ କୃଷି ଆଇନ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି।

ଏହା ସହିତ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ ସହ କଂଗ୍ରେସ ଦଳ ସବୁବେଳେ ଛିଡ଼ା ହୋଇଛି। ଏହାସହ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ ଟ୍ରାକ୍ଟର ଚଳାଇ ସଭାସ୍ଥଳରେ ପହଁଚିଥିଲେ ରାହୁଲ। ଅଜମେର ରୂପନଗଡରେ ଆୟୋଜିତ ହୋଇଥିଲା ଏହି ରାଲି ।

କଡ଼ା ସୁରକ୍ଷା ବଳୟ ଭିତରେ ରାହୁଲ ଟ୍ରାକ୍ଟର ଚଳାଇଥିଲେ। ମୁହଁରେ ମାସ୍କ ଓ ମୁଣ୍ଡରେ ରାଜସ୍ଥାନର ପାରମ୍ପରିକ ପଗଡି ପିନ୍ଧି ରାହୁଲ ଟ୍ରାକ୍ଟର ଚଳାଉଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

Comments are closed.