Odisha Link
Bridging the Missing Links in Odisha

ଭାରତୀୟ ସେନାକୁ ଅର୍ଜୁନ ଟ୍ୟାଙ୍କ ହସ୍ତାନ୍ତର

ଚେନ୍ନାଇ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଓ କେରଳ ଗସ୍ତରେ ଯାଇଥିଲେ। ଏହି ଗସ୍ତବେଳେ ସେ ପ୍ରଥମେ ଚେନ୍ନାଇ ପହଞ୍ଚି ସେଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କକୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛନ୍ତି। ଏହି ଟ୍ୟାଙ୍କ୍‍ ଚେନ୍ନାଇ କମ୍ବାଟ୍‍ ଭେହିକିଲ୍‍ ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ଡିଆରଡିଓ ଓ ୧୫ଟି ଶିକ୍ଷାନୁଷ୍ଠାନ ଦ୍ୱାରା ନିର୍ମାଣ କରାଯାଇଛି। ସେନାବାହିନୀ ଏଭଳି ୧୧୮ଟି ଟ୍ୟାଙ୍କ୍‍ କ୍ରୟ କରିବାକୁ ଅର୍ଡର ଦେଇଛି। ଏହା ସହ ସେ ଚେନ୍ନାଇରେ ବହୁ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।

କିଛିଦିନ ପୂର୍ବରୁ ରକ୍ଷା ମନ୍ତ୍ରଣାଳୟ ୧୧୮ ଟି ଉନ୍ନତ ଅର୍ଜୁନ -୧ ଟ୍ୟାଙ୍କ ଭାରତୀୟ ସେନାରେ ସାମିଲ କରିବା ନେଇ ନିଷ୍ପତ୍ତି ନେଇଥିଲା। ୮,୪୦୦ କୋଟି ଟଙ୍କା ବଜେଟରେ ଏହି ଟ୍ୟାଙ୍କ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଏହି ଟ୍ୟାଙ୍କର ନିର୍ମାଣ ଓ ବିକାଶ କାର୍ଯ୍ୟ ଡିଆରଡିଓ ଦ୍ୱାରା କରାଯାଇଛି ।

ଏହି ଗସ୍ତର ପ୍ରଥମେ ପ୍ରଧାନମନ୍ତ୍ରୀ ୩ ହଜାର ୭୭୦ କୋଟି ଟଙ୍କା ସମ୍ବଳିତ ଚେନ୍ନାଇ ମେଟ୍ରୋ ରେଳର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ଉତ୍ତର ଚେନ୍ନାଇର ବିମାନବନ୍ଦର ଓ ରେଳ ଷ୍ଟେସନ ସହିତ ଯୋଗା ଯୋଗ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ଚେନ୍ନାଇ ତଟ ଓ ଆଟ୍ଟିପଟ୍ଟୁ ମଧ୍ୟରେ ଚତୁର୍ଥ ରେଳଲାଇନକୁ ଉଦ୍‍ଘାଟନ କରିଛନ୍ତି। ସେ ୨୯୩ କୋଟି ଟଙ୍କା ସମ୍ବଳିତ ଚେନ୍ନାଇ ବିଚ୍‍-ଆଟ୍ଟିପଟ୍ଟୁ ରେଳ ଲାଇନ୍‍ର ବିଦ୍ୟୁତିକରଣ କାର୍ଯ୍ୟ ମଧ୍ୟ ଉଦ୍‍ଘାଟନ କରିଛନ୍ତି।

Comments are closed.