Odisha Link
Bridging the Missing Links in Odisha

ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର:  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକାମ୍ରକ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର କରିବା ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଚିଠିରେ ଅନନ୍ତ ବାସୁଦେବ ଓ ବ୍ରହ୍ମଶ୍ୱେର ମନ୍ଦିର ବାଇ ଲ ପ୍ରତ୍ୟାହାର ଦାବି ହୋଇଛି । କୌଣସି ଦେବଦେବୀ ମନ୍ଦିର ସମ୍ପର୍କରେ ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ ।

ଏଥିରେ ଉଲ୍ଲେଖ କରାଯାଇଛି ‘ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ଏକାମ୍ର କ୍ଷେତ୍ରର ଶ୍ରୀ ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଯେଉଁ ବାଇ ଲ’ ପ୍ରକାଶ କରାଯାଇଛି, ତାକୁ ନେଇ ସେବାୟତ, ଭକ୍ତ ଏବଂ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଯାଏଁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ବନ୍ଧୀୟ ଐତିହ୍ୟ ବାଇ ଲ’କୁ ପ୍ରତ୍ୟାହାର କରି ନେଇଛି ବୋଲି ମୁଖ୍ୟ ଶାସନ ସଚିବ ଚିଠିରେ ଲେଖିଛନ୍ତି।

ସରକାର, ସେବାୟତ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଉ । ଗଠନମୂଳକ ସହଯୋଗ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ।

Comments are closed.