Odisha Link
Bridging the Missing Links in Odisha

ରାଜଧାନୀରୁ ଲେଡି ଡନ୍‌ ଗିରଫ

ଭୁବନେଶ୍ବର: ଭୁବନେଶ୍ୱରର ଆଜାଦ ନଗର ବସ୍ତିରୁ ଗିରଫ ହେଲେ ଲେଡି ଡନ୍। ବାନୋ ଓରଫ ଆସମା ବିବିକୁ ଗିରଫ କରିଛି ପୁଲିସ। ଏହି ଲେଡି ଡନ୍‌ ବିରୋଧରେ ରହିଛି ଅନେକ ଅଭିଯୋଗ। ପୁଲିସ କର୍ମଚାରୀଙ୍କୁ ମାଡ ମାରିବା ସହ ୨ ଜଣ ଛେଳି ଚରାଳିଙ୍କୁ ବାନ୍ଧି କଙ୍ଗାରୁ କୋର୍ଟ ଚଳାଇଥିଲେ ଏହି ଲେଡି ଡନ୍‌। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା।

ଲୋକେ ଏହି ଭିଡିଓ ଦେଖି ତାଙ୍କୁ ଲେଡି ଡନ୍‌ର ଆଖ୍ୟା ଦିଆଯାଇଛି। ୨ ଜଣ ଛେଳି ଚରାଳିଙ୍କୁ ବାନ୍ଧି ରଖିଥିବାରୁ ସେଠାରେ ପିସିଆର୍ ଭ୍ୟାନ ପହଞ୍ଚିଥିଲା। ପୋଲିସଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ସେମାନଙ୍କୁ ନାଲି ଆଖି ଦେଖାଇ ଥିଲା।

ତେଣୁ ଭୁବନେଶ୍ୱରର ଆଜାଦ ନଗର ବସ୍ତିରେ ଏଭଳି ଲେଡି ଡନ ଭାବେ ପରିଚିତ ଥିଲା ଆସମା ବିବି। ପୋଲିସଙ୍କୁ ଗାଳି ଗୁଲଜ କରିବା ସହ ସେଠାରେ ପୂର୍ବରୁ ମାରପିଟ ଓ ଧମକ ଚମକ ଦେଇ ଗୁଣ୍ଡାରାଜ ଚଳାଇଥିଲା ଏହି ଲେଡି ଡ଼ନ ଆସମା ବିବି।

Comments are closed.