ୟୁକୋ ବ୍ୟାଙ୍କ୍ରୁ ଲୁଟ୍ ଉଦ୍ୟମ ପଣ୍ଡ, ଦୁର୍ବୃତ୍ତଙ୍କ ସନ୍ଧାନ ପାଉନି ପୁଲିସ୍

ବାଲିପାଟଣା : ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ତେବେ ବାଲିପାଟଣା ଥାନା ବନମାଳୀପର ୟୁକୋ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ କରିଥିଲେ କିନ୍ତୁ ତାଙ୍କର ଏହି ଉଦ୍ୟମ ପଣ୍ଡ ହୋଇଯାଇଛି।
ଝରକା ଗ୍ରୀଲ୍ ଭାଙ୍ଗି ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ସେମାନେ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଲାଗିଥିବା ଆଶଙ୍କାରେ ତାର କାଟି ଦେଇଥିଲେ। ତେବେ ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷିତ ଥିବା ଜଣାପଡିଛି । ବ୍ୟାଙ୍କର କିଛି ଫାଇଲ ପତ୍ର ଏଣେତେଣେ ପଡିଥିବା ଦେଖିବାକୁ ମିଳିଥିଲା।
ପ୍ରକାଶ ଯେ, ମଙ୍ଗଳବାର ଭୋର ସମୟରେ ୟୁକୋ ବ୍ୟାଙ୍କର ଏକ ଝରକା ଗ୍ରୀଲ୍ ଭଙ୍ଗାଯାଇ ତଳେ ପଡିଥିବା ଜଣେ ବ୍ୟକ୍ତି ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ବ୍ୟକ୍ତି ଜଣଙ୍କ ଏ ନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୁଲିସ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ସନ୍ଧାନ ପାଇ ପାରି ନାହିଁ ।